Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Tragedy

3  

Prafulla Chandra Mishra

Tragedy

ବାଇ ଚଢେଇ

ବାଇ ଚଢେଇ

1 min
394



• ---------- -------------------- ----------

• ବାଇଆ ଚଢ଼େଇ ବସାଟି ମୋହର

• ବାଆ,ବତାସ ରେ ଝୁଲେ

• ଶୂନ୍ୟ ଆଶ୍ରୟ ରେ ଶୂନ୍ୟେ ଝୁଲୁଥାଏ

• ଶୂନ୍ୟ ଆକାଶ ତଳେ ।।

• ଟିକି ଚଢ଼େଇ ମୁଁ ଟିକି ବସା ତଳେ

• ଟିକି ମୋ ସୁନା ସଂସାର

• ଶୂନ୍ୟକୁ ଭରଷା କରି ବଞ୍ଚିଅଛି

• କିଛି ଲୋଡା ନାହିଁ ମୋର ।।

• ନଈକୂଳ ତାଳ ବନରେ ବରଡା

• ବାହୁଙ୍ଗା ପତରେ ଘର

• ଦୋଳି ଖେଳୁଥାଇ ବାଉଳା ପବନେ

• ନଥାଏ କାହାକୁ ଡର ।।

• ଜୀବନରେ କେବେ ଆଶା କି ଭରଷା

• ସହାୟ ବି ଲୋଡିନାହିଁ

• ନିଜ ଟିକି ବୁଦ୍ଧି ଲଗାଇ ବଞ୍ଚିଛି

• ଶୂନ୍ୟକୁ ଆଶ୍ରୟ ନେଇ ।।

• ମୋତେ ଯେ ଗଢିଛି ଏ ବିଶ୍ଵ ସଂସାରେ

• ତାକୁ ହିଁ ଭରଷା ମୋର

• ଚିତ୍ର ସଂସାର ରେ ଛୋଟ ଚିତ୍ରଟିଏ

• ଏହି ମୋ ଛୋଟ ଶରୀର ।।

• ପକ୍ଷୀ ଜୀବନ ୟେ କେଡେ ନାରଖାର

• ପଦେ,ପଦେ ରେ ବିପଦ

• କରମ ଆଦରି ଦିନ କାଟେ ଖାଲି

• ଆଶ୍ରୟ କରି ଗୋବିନ୍ଦ ।।

• ବିଶାଳ ସଂସାରେ କ୍ଷୁଦ୍ର ପ୍ରାଣୀ ମୋର

• ଶୁଣି ଆକୁଳ ମିନତୀ

• ପକ୍ଷୀ ଜୀବନରୁ ପାରିକର ପ୍ରଭୁ

• ଚକ୍ରଧର ରମାପତି ।।



Rate this content
Log in

Similar oriya poem from Tragedy