ନଅ ଦିନ ହେଲାଣି ଯାଇଛ ପ୍ରଭୁ
ଦୟଣା ତୁଳସୀ ଶୁଖୁଛି ସବୁ
ମନ୍ଦିରେ ନାହିଁ ଭିଡ଼
ଆସ ଆସ ପ୍ରଭୁ ଶ୍ରୀମନ୍ଦିରରେ
ପ୍ରାଣ ଉଠୁ ଜିଇ ହେଲାଣି ଜଡ଼
ଫୁଟୁନି ଫୁଲ କଢ଼
ଜଳୁନି ଚୁଲିରେ ରଡ଼
ଅବଢ଼ା ପାଇଁ ରହନ୍ତି ଅନାଇ କୋଟି ଭକ୍ତ
ଆସ ବାହୁଡ଼ାରେ ଫେରି ନିଜ ନିଡ଼
ଦେଖାଦେଲ ଭକ୍ତେ ଯେ ଥିଲେ ପଥେ
ଭିଡ଼ିନେଲେ ରଥ ଦଉଡି ଜୋଡ
ବଳ କଳ କୌଶଳ ଦେଲ କହି ଭିଡ଼
ରଥ ପଥ ଜଗନ୍ନାଥ ମୋଡ଼
ପ୍ରଭୁହେ ଏଥର ତ ମାଆ ଲଷ୍ମୀ କଥା ବୁଝ
ଷାଠିଏ ପଉଟି ରା଼ନ୍ଧିବେ କେମିତି
ହେଲେଣି ନିଥର ଜଡ଼
ଦେହରେ ଫୁଟୁଛି ରଡ଼
ସତେକି ପଡିଛି ଜାଡ଼
ଆସ ଆସ ପ୍ରଭୁ ମନ୍ଦିରେ ବାହୁଡ଼ି
ବାହୁଡା଼ ବିଜୟ ପଢ଼
ଭକ୍ତ କହେ ସାଆନ୍ତ ଉଠ ଉଠ ଜଗନ୍ନାଥ
ବାହୁଡା଼ ବିଜୟ ରଥକୁ ମୋଡ଼
ଆର ବରଷକୁ ପୋଡ଼ ପିଠା ଖାଇବାକୁ
ପୁଣି ଲାଗିବ ଭିଡ଼
ଭକତେ ପକାଇ ହରିବୋଲ ହୁଳହୁଳି
ଦେଖି ରଥ ପଥ ଜଗନ୍ନାଥ ଜିଣିବେ ଗଡ଼
ଧରିଥାଅ ବାଟରୁ ରସଗୋଲା ବଡ଼ ବଡ଼