STORYMIRROR

Sukanti Hotta

Inspirational

2  

Sukanti Hotta

Inspirational

ବାହୁ ବନ୍ଧନ

ବାହୁ ବନ୍ଧନ

1 min
183

ଭକ୍ତ ହନୁମାନ କରିଦିଅ ପ୍ରଭୁ

ବାହୁ ବନ୍ଧନରେ ଥିବି

ଏ ମୂଢ଼ ଜୀବନେ ଜୀବ ଥିବା ଯାଏଁ

ରାମ ନାମ ଜପୁ ଥିବି


କାୟବାକ୍ୟ ମୋର ପବିତ୍ର ରହିବ

ତୁମ ଆଲିଙ୍ଗନ ପାଇ

ରାମନାମ ବାଣୀ ସାରା ସଂସାରରେ

ପ୍ରଚାର କରିବି ଯାଇ


ହିଂସା ଇର୍ଷା ଆଉ ପରଶ୍ରୀକାତର

ସଂସାରୁ ଦୂର ହୋଇବ

ରାମରାଜ୍ୟ ଏଠି ଗଠନ ହୋଇ

ପ୍ରଜା ଆନନ୍ଦେ ରହିବ


ମାତୃପିତୃ ଭକ୍ତି ସମସ୍ତେ କରିବେ

ନାରୀକୁ ସନମାନ ଦେବେ

ଅଗ୍ନି ପରୀକ୍ଷା କେହି ଦେବେନି

କନ୍ୟା ସୁରକ୍ଷିତ ହେବେ


ହୃଦୟ ମୋହର ସଦା ସୁମରିବ

ତୁମ ଜୟଜୟ କାର

ଶାନ୍ତିର କପୋତ ନଭରେ ଉଡ଼ିବ

ରକ୍ତପାତ ହେବ ଦୂର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational