Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Tragedy Inspirational Others

4  

Bijoy Jena

Tragedy Inspirational Others

ବାଘା ଯତୀନ

ବାଘା ଯତୀନ

1 min
544



ପଶ୍ଚିମବଙ୍ଗର    ନଦିଆ ଜିଲ୍ଲାରେ

    ଜନ୍ମ ଲଭି ଏକ ଶିଶୁ

ଅପୂର୍ବ ସାହସ   ଅସୀମ ଧୈର୍ଯ୍ୟରେ

     ଚହଟିଲା ଦଶଦିଶୁ ।


ପିତୃମାତୃ ଦତ୍ତ   ନାମ ଯେ ତାହାରି

     ଯତୀନ୍ଦ୍ର ନାଥ ମୁଖାର୍ଜୀ

ବିଭୁଷିତ ହେଲେ  ବାଘାଯତୀନରେ

     ଗାରିମାମୟ ଉପାଧି ।


ସମର୍କୀୟ ଭାଇ  ସଂଗେ ଯାଇଥିଲେ

    ପାର୍ଶ୍ୱ ଗ୍ରାମ ଭ୍ରମଣରେ

ଭ୍ରମଣ କାଳରେ     ନିକଟ ବଣକୁ

    ପ୍ରବେଶିଲେ ଧୀରେଧୀରେ ।


ହଠାତ କେମିତି   ମହାବଳ ବାଘ

    ଝପଟି ଆସିଲା ଖରେ

ସେବନ୍ଧୁ ଜଣଙ୍କ  ଗ୍ରାମକୁ ଦୌଡିଲେ

   ଲୋକଙ୍କୁ ଡାକିବା ନାଁରେ ।


ବାଘସାଥେ ସିଏ   ଏକା ଲଢୁଥିଲା

     ଛୁରୀଟିଏ ହାତେ ଧରି

ଅପୂର୍ଵ ସାହସ    ଶକତି ଆଗରେ

    ମହାବଳ ଗଲା ମରି ।


ସେଥିପାଇଁ ସିଏ   ଆଦର ଲଭିଲେ

     ବାଘାଯତୀନ ନାମରେ

ଇଂରେଜ ଶାସନ  କରି ଥରହର

     ଅମର ଏହି ମହୀରେ ।


ନିଜପାଇଁ କିଛି     କରିପାରିଲେନି

    କେତେଯେ ତ୍ୟାଗ ମହାନ

ସଚ୍ଚା ଦେଶପ୍ରେମୀ  ନାହିଁ ପଟାନ୍ତର

     କରିବା ସର୍ବେ ପ୍ରଣାମ।

   


Rate this content
Log in

Similar oriya poem from Tragedy