STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ବାବା ତୁମେ କେଉଁଠି ଥିଲ

ବାବା ତୁମେ କେଉଁଠି ଥିଲ

1 min
14K


ଲକ୍ଷ୍ମଣ ପଣ୍ଡା


ବାବା ତୁମେ କେଉଁଠି ଥିଲ ?

ଶୁଭ ବେଳା ଦେଖି ହାଜର ହେଲ

ଆପଣା ବୁଦ୍ଧିରେ ଅଳପ ଦିନରେ

ନିଜ କରାମତି ଦେଖାଇ ଦେଲ

କେତେ ଭାବି ଯୋଜନା କଲ

ଘର ଦ୍ଵାର ସବୁ ଛାଡିଲ

ବାବା ରୂପେ ସଜାଇ ହେଲ

ପୁରୁଣାରୁ ନୂଆ ହୋଇଲ

ନାମ ବଦଳାଇ ଦେଲ ଚମକାଇ

ଦୁନିଆ ଲୋକର ସବୁ ଅକଲ l

ତୁମ କଥା, ମିଠା ଭାଷଣ

ମୋହି ନେଲା ସବୁରି ମନ

ଛନଛନେ ହୋଇ ଉଚ୍ଛନ୍ନ

ତୁମ ପାଦେ ଗଲେ ଶରଣ

ମଉକା ମିଳିଲା ଭିଆଇଲେ ପାଲା

କେହି ନ ଜାଣିଲେ ତୁମ ଗୁମର l

ଯେତେ ଇଚ୍ଛା ଯେତେ ପାରିଲ

ଧର୍ମ ନାମେ ସେତେ ପାରିଲ

କୋଠା ଗାଡି ସଜାଇ ଦେଲ

ଇନ୍ଦ୍ର ସୁଖ ସଦା ଭୋଗିଲେ

ଆଉ କି ଭାବୁଛ ଦେଖି ଆଗପଛ

କରିବା ପାଇଁ କି ଆଉ କି ଚାଲ୍ l

ବାବା ଟିକେ କହିଲ ସତ

ତୁମ ପାଦୁ ଝରେ ଅମୃତ ?

ଟେକି ଦେଲେ ଶୂନ୍ୟକୁ ହାତ

ଖସେ କିବା ବିଭୁତି ସ୍ରୋତ ?

ଏପରି ଭାବନା ଅତି ବିଡମ୍ବନା

ଏଥିପାଇଁ ତେବେ କାହାର ଭୁଲ ?

ବହୁ ନାମ ବାବାଙ୍କ ଅଛି

କହୁଅଛି କେତେଟା ବାଛି

ଆଶାରମ ଶୂର ସାରଥି

ଚନ୍ଦ୍ରସ୍ଵାମୀ ସନ୍ଥ ମୂରତି

ସ୍ଵାମୀ ପ୍ରେମାନନ୍ଦ ସ୍ଵାମୀ ନିତ୍ୟାନନ୍ଦ

ସନ୍ଥ ରାମପାଲ ସ୍ଵାମୀ ଗୋପାଲ୍

ଭାଇ ଆଉ ଭଉଣୀ ମୋର

ଏମାନଙ୍କୁ ଜାଣ ଏଥର

ଠକ ପଣ କି ଭୟଙ୍କର

ଅଭଦ୍ରରେ ଏକ ନମ୍ବର

ଦିଅ ଧରି ପାନେ ଉଚିତ ବିଧାନେ

ବସି ଭୋଗୁଥିବେ ପାପର ଫଳ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics