STORYMIRROR

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ଅତିଥି

ଅତିଥି

1 min
388



ଅତିଥି ଆମର ଦେବତା ସ୍ୱରୂପ 

ସ୍ୱାଗତ କରୁ ସତ୍କାରେ,

ଆମରି ସଂସ୍କୃତି ଆମରି ସଂସ୍କାର

ଏ ଶିକ୍ଷା ପ୍ରଦାନ କରେ l

ସଂସ୍କୃତି ସମ୍ପନ୍ନ ଆମରି ଦେଶଟି

ବିଦେଶୀ ଲୋକଙ୍କୁ ସଦା,

ଅତିଥି ପରାଏ ସନମାନ ଦିଏ

ଯୋଗାଇ କେତେ ସୁବିଧା l

ଦରିଦ୍ର ସୁଦାମା ହୋଇଲେ ଅତିଥି

ବାଲ୍ୟ ବନ୍ଧୁ କୃଷ୍ଣ ଦ୍ୱାରେ,

ଆସନେ ବସାଇ ପାଦ ଧୋଇ ଥିଲେ 

ଦ୍ୱାରକାଧିଶ ସ୍ନେହରେ l

ବିଦୁରଙ୍କ ଘରେ ଅତିଥି ସାଜିଲେ 

ଦିନେ କୃଷ୍ଣ ଭଗବାନ,

ଭାବ ଭକ୍ତି ଦେଖି ଶାଗ ପଖାଳକୁ

କଲେ ସ୍ନେହରେ ଭୋଜନ l

ଶିବାଜୀଙ୍କ ଦ୍ୱାରେ ଅତିଥି ସାଜିଲେ

ଥରେ ଗୁରୁ ରାମଦାସ,

ରାଜବେଶ ତେଜି ଭିକ୍ଷା ମାଗିଆଣି

ପୂରାଇଲେ ତାଙ୍କ ଆଶ l

ଅତିଥି ଙ୍କୁ ହତାଦର କରି ଶକୁନ୍ତଳା

ପାଇଥିଲେଶାପ ସେହି,

ଅତିଥି ସତ୍କାର କରି କୁନ୍ତୀ ରାଣୀ

ପୁତ୍ର ମାତା ଥିଲେ ହୋଇ l

ପୁରାଣ ର ଠାରୁ ଇତିହାସ ଯାଏଁ

ଅତିଥି ଙ୍କ ସେବା କରି,

କେତେଆଶିଷ ଲଭିଯାଇଛନ୍ତି

କଳନାନାହିଁ ତାହାରି l

ଅତିଥି ଙ୍କ ସେବା ଯାଏ ନାହିଁ ବ୍ୟର୍ଥ

ସାକ୍ଷାତ ଦେବତା ସିଏ,

ପରୀକ୍ଷା କରିବା ନିମନ୍ତେ ଆସନ୍ତି

ଅତିଥି ର ପରି ଚୟେ l

ଘରକୁ ଅତିଥି ଆସିଗଲେ କେହି

କରିବା ସଦା ସମ୍ମାନ,

ଆମଠାରୁ ଶିଖି ପର ପୀଢ଼ି ଆମ 

ଶିଖିବେ ଆଦର୍ଶ ଗୁଣ ll


Rate this content
Log in

Similar oriya poem from Inspirational