STORYMIRROR

Pravatirani Mohanty

Inspirational

4  

Pravatirani Mohanty

Inspirational

ଅତିଥି

ଅତିଥି

1 min
562

ଅତିଥି ଦେବତା ବ୍ରାହ୍ମଣ

ଏ ତିନି ଇଶ୍ୱର ସମାନ।


ହିନ୍ଦୁ ଧର୍ମ ରେ ସାର ଏହି

ଅତିଥି ଯା ଗୃହେ ମିଳଇ।


କରିବ ସେବା ନିରନ୍ତର

ମନୁ କପଟ କରି ଦୂର।


 ପୁରାଣ ଶାସ୍ତ୍ର ଯାହା କହି

ଅତିଥି ଦୁଆରୁ ଫେରଇ।


 ତାହାର ନାହିଁ ଭଲ ଗତି

ଧରମ ହାନି ସେ କରନ୍ତି।


ଅତିଥି ସେବା ଭାଗ୍ୟ ବଳେ

କରିଲେ ପୁଣ୍ୟ ଫଳ ମଳେ।


 ସେବା କରିବ ମନ ଜାଣି

ବୁଝିବ ଯେହୁ ମହା ଜ୍ଞାନୀ।


ଅତିଥି ଦେବତା ସମାନ

ଦର୍ଶନେ ମିଳେ ବହୁ ପୁଣ୍ୟ।


ଅମୃତ ବିନୟ ବଚନ

କହି ତୋଷିବ ତାଙ୍କ ମନ।


ଅତିଥି ଦୟା କରୁ ଥିବ

ସୁକର୍ମେ ମନ ଦେଉ ଥିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational