STORYMIRROR

Sunanda Mohanty

Tragedy Thriller

3  

Sunanda Mohanty

Tragedy Thriller

ଅତୀତ

ଅତୀତ

1 min
166


କଡ ଲେଉଟାଇ ସ୍ମୃତି ପାଲଟି

ଧସେଇ ପଶେ ଛାତି ଚିରି

ଅଜବ ଭବିଷ୍ୟତ ଦିନେ ହୁଏ ଅତୀତ

ବଞ୍ଚିବାକୁ ଝୁରି

ଅନେକ ସ୍ନେହ ପ୍ରେମ ଗଲାଣି ଉଜୁଡି

ଅଛି ଯାହା ତାହା ନପାଶୋରି

ଆଖି ଦିଏ ବ୍ୟଥା ହୃଦୟରେ ସ୍ମୃତି ସଳିତା

ହସେ କିରିକିରି

ବର୍ତ୍ତମାନକୁ ଭଲପାଇ ଜିଇଁ ପାରିଲେ

ଶ୍ରେଷ୍ଠ ଯାଦୁଗରୀ

ସିଏ ଥିଲେ ସବୁ ଥିଲା ପିତାମାତାଙ୍କୁ

ହୁଏନା ପାଶୋରି

ଯିଏ ସବୁ ଅଛନ୍ତି ଚାରିପାଖେ ନିଜର 

ରଖିପାରିଲେ ଆବୋରି ଦୁଃଖ ଯିବ ହାରି

ପଥ ଓ ପାଥେୟ କଣ୍ଟକିତ ସତ

କାକଟସ ଭିତରୁ ପଦ୍ମ ବାରି

ଅତୀତକୁ ଭୁଲି ବର୍ତ୍ତମାନରେ ଚାଲି

ବବିଷ୍ୟତ ଆସନ୍ତା କାଲି ଯିବାନି ଡରି

ଅତୀତକୁ ଝୁରି ହେଲେ ଅବୁଝା ଭାରି

ବଦଳି ଯିବନି ଭାଗ୍ୟଡୋରି

ବର୍ତ୍ତମାନ ହେବ ଅତୀତ ନିଆଁରେ ଢାଳି ଘୃତ

ଆଜିକୁ ନଷ୍ଟ ନକରି ଯିବା ଉପଭୋଗ କରି

କିଏ ଜାଣେ କାଲିକୁ କଣ

ଅତୀତ ନଥିବ ପାଖେ ଥିବେ ଭବିଷ୍ୟତ ଡୋରି



Rate this content
Log in

Similar oriya poem from Tragedy