Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଅସୁରକ୍ଷିତ ଭୃଣ

ଅସୁରକ୍ଷିତ ଭୃଣ

1 min
324


ମା ପେଟୁ ନାରୀ ଆଜି ନୁହେଁ ସୁରକ୍ଷିତ

ଜଠର ରୁ ଭାସିଆସେ ଦୁଃଖ ର ସ°ଗୀତ ।


ମ ପେଟୁ ଭୃଣ ଲିଙ୍ଗ ହେଉଛି ଚିହ୍ନଟ

କନ୍ୟା ଭୃଣ କଲବଲ ସେ ଘୋର ସଙ୍କଟ ।


ଦୁନିଆର ଆଲୋକ ଦେଖିବା ଆଗରୁ

ଭୃଣ ହତ୍ୟା ହେଉଛି ମାଆ ଜଠରରୁ ।


ଧନ୍ୟ ସେହି ପରିବାର କରନ୍ତି ଏ ପାପ

କନ୍ୟା ଗର୍ଭ ଧାରିଣୀ କୁ ଟେକନ୍ତି ସେ ନାକ ।


ମାଆ କୁ କରନ୍ତି ବାଧ୍ୟ ଗର୍ଭ ନଷ୍ଟ ପାଇଁ

ଝିଅ ହୁଏ ବୋଝ କାଳେ ସେମାନଙ୍କ ପାଇଁ ।


ଝିଅ ଙ୍କ ପାରିବାପଣ ତାଙ୍କୁ ଜଣା ନାହିଁ

ସବୁଠି ଆଗୁଆ ଝିଅ , ଗର୍ବ ଆମ ପାଇଁ ।


ଝିଅ ଜନ୍ମ ହେଲେ ମନ ଉଣା ତ କରନି

ଝିଅ ର ଯତନେ ଜମା ହେଳା ବି କରନି ।


ଝିଅମାନେ ହୋଇଲେଣି ଜଗତ ଜିତା

ଦୁହିତାସେ ସଦା ଦୁଇ କୂଳକୁ ହିତା ।


ପଢିବାକୁ ବଢିବାକୁ ସୁଯୋଗ ଯେ ଦେବା

ଦେହମନ ବିକାଶରେ ଧ୍ୟାନ ନିଶ୍ଚେ ଦେବା ।


ଗଉରବ ସାଉଁଟିବେ ଦେଲେ ରେ ସୁଯୋଗ

ତାଙ୍କ ପାଇଁ କରୁଥିବା ଆମେ ତ ଗରବ ।



Rate this content
Log in

Similar oriya poem from Classics