STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଅଷ୍ଟମ ଋତୁ

ଅଷ୍ଟମ ଋତୁ

1 min
243


ଆଷାଢ ଅବନତ ଆକାଶର ଚାହାଣିରେ

ମୌସୁମୀର ସ୍ପର୍ଶ

ଖାଲି ଛୁଇଁ ଯାଏ

ଅସରନ୍ତି ସ୍ବପ୍ନର ମଞ୍ଜିକୁ

ଖୋଳପା ଭିତରୁ

ଅଙ୍କୁରୋଦଗମ୍ ଖୋଜେ

ସୁସ୍ଥ ସୁରକ୍ଷିତ ସବୁଜ ଛାତିଟେ

ଅବାଞ୍ଛିତ ମୃତ୍ୟୁର ଏ ଅଷ୍ଟମ ଋତୁରେ।


ଆସ୍ଵସ୍ତି ଧୀରେ ଥାପୁଡ଼ାଇ ଦିଏ

ଜୀବନ ଜଗତ

ଅପୂର୍ବ ବିମୁଗ୍ଧତାର

ମହା ବିଭୁତି ବୋଳିଦିଏ

ଜିଇଁବାର ସଂଜୀବନୀ ଆଶିଷ ଢାଳି

ଏ ସମୟ ଚାଲିଯିବ ମହାମନ୍ତ୍ରେ

ଆଞ୍ଜୁଳା ଆଞ୍ଜୁଳା ସ୍ୱପ୍ନ

ନେସି ହୋଇଯାଏ

ସୃଷ୍ଟି,ସମ୍ଭାବନା ଏଇ ଏଇ ଅନାଥ ହୋଇଥିବା

ଦେଢ଼ ମାସ ଶିଶୁ ଭିତରେ।


ଭାଵ ଓ ଆବେଗ ଲଟେଇ ହୋଇ ଓହଳି ପଡନ୍ତି

ଚଳନ୍ତି ସମୟର ପରିବେଗ

ରହସ୍ୟମୟ ସ୍ଵୀକୃତି

ବିଶ୍ୱ ଅଙ୍କନର ବଞ୍ଚିବା ସଂକଳ୍ପ

ଆନ୍ଦୋଳିତ ହୃଦୟର ଅୟୁତ ପ୍ରଶ୍ନ

ନୂଆ ଭୟଶୂନ୍ୟ ସକାଳକୁ ଅପେକ୍ଷା ରଖେ

ବିଶ୍ବାସ ଭରସା ଚିପୁଡା ଆଖି।।


ଚହଲି,ଦୋହଲି ଯାଏ

ଶୁଷ୍କ ମଲା ଜହ୍ନ

ଓଦା ଓଦା ସବୁଜିମା ରଙ୍ଗେ

 ଆସକ୍ତିର ମହା ଲଗ୍ନରୁ

ମୁକ୍ତ ହେବା ପାଇଁ

ଅନ୍ତଃକରଣର ଅନାହତ ଉଚ୍ଚାରଣ

ଶିବତ୍ୱକୁ ଅଣ୍ଡାଳି ହୁଏ

ଉଦୟନର ଅଘୋରି ଅନ୍ୱେଷଣ

ଦେଖାନ୍ତି ଧାରେ ଆଲୁଅ।

ସଂକ୍ରମିତ ଶାପରୁ ପାଷାଣି ଅହଲ୍ୟା

 ଜୀବନ୍ୟାସ ପାଇବା ପାଇଁ

ତପସ୍ୟା ରତ

ସଂକ୍ରମଣ ମୁକ୍ତ ରାମଚନ୍ଦ୍ରଙ୍କ ପଦ ଧୂଳି

ମିଳିବା ବିଶ୍ୱାସ ଭରସା ଅରଣ୍ୟେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational