STORYMIRROR

Sushree sangita Swain

Inspirational

3  

Sushree sangita Swain

Inspirational

ଅଷ୍ଟ ପଦୀ

ଅଷ୍ଟ ପଦୀ

1 min
12.1K

ଶୈଶବ, 

ଶିଶିର ସ୍ନାତ ରଜନୀ ର ଏକ କୋମଳ କଳିକା |

କୈଶୋର, 

ବର୍ଷାଧୌତ ସକାଳ  ଉଦାସ ଅରୁଣିମା |

ଯୌବନ, 

ଜୀବନ ସହରର ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ତା |

ବାର୍ଦ୍ଧକ୍ୟ, 

ଏ କ ଦୁସ୍ଥ ଇତିହାସର ଛିନ୍ନ ଶେଷ ପୃଷ୍ଠା |

ସୁଖ, 

ବରଗଛ ତଳ ସୁଶୀତଳ ଛାଇ, କ୍ଷଣ ସ୍ଥାୟୀ |

ଦୁଃଖ, 

ଦ୍ରୌପଦୀ ଶାଢ଼ୀ  ପରି ପ୍ରସ୍ତର ପ୍ରସ୍ତର |

ସତ୍ୟ, 

ଦୀପ୍ତି ସୂର୍ଯ୍ୟ  ର ଆଲୋକ, ସଦା ଚିରନ୍ତନ |

ମୃତ୍ୟୁ, 

ଜୀବନ କଳା ପଟା ରେ ଦୁଇଟି ସୁନେଲି ଅକ୍ଷର 

ଯାହା ଚିରନ୍ତନ,  ଶାଶ୍ୱତ, ସତ୍ୟ, ଶିବ, ସୁନ୍ଦର |


Rate this content
Log in

Similar oriya poem from Inspirational