STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଅପ୍ରିୟ ସତ୍ୟ

ଅପ୍ରିୟ ସତ୍ୟ

1 min
382


ଅପ୍ରିୟ ସତ୍ୟ କହୁଛି ଆଜି ଭାଇ ଭଉଣୀ

ନିଜ ଦେହକୁ ନେବନି କେବେ କଥାକୁ ଟାଣି।


ଦେହକୁ ଯଦି ଆଘାତ ଲାଗେ ସମ୍ଭାଳି ନେବ

ଏ କବିତାକୁ ଆଉ କା' ପାଖେ ପହଞ୍ଚାଇବ।


ମୋ' ହୃଦ କହେ ଜ୍ଞାନୀଙ୍କ କଥା ବହୁତ କମ

ଧନୀଙ୍କ ନିଦ ଅଳ୍ପ ନିଶ୍ଚୟ ନୁହେଁ ତ ଭ୍ରମ?


ମୂର୍ଖଙ୍କ ବୁଦ୍ଧି କମ ଅଥଚ ସତ୍ୟତା ଥାଏ

ନିଃସ୍ଵଙ୍କ ଆଶା ଗୁଣୀଙ୍କ ହିଂସା ବେଶୀ କି ପାଏ?


ସୁସ୍ଥଙ୍କ ଖାଦ୍ୟ ରୋଗୀଙ୍କ ଧର୍ଯ୍ୟ କମ ହିଁ ନିଶ୍ଚେ

ସାଧୁଙ୍କ ମାୟା ମାନିଙ୍କ ଦୟା ଦେଖନ୍ତୁ ସ୍ଵଚ୍ଛେ।


ନେତାଙ୍କ ନୀତି କବିଙ୍କ ସ୍ମୃତି ଅତି ହିଁ କମ

ପ୍ରତିଟି କ୍ଷଣେ ଏହି ମାନଙ୍କୁ ଖୋଜୁଛି ଧାମ।


ବିବେକ ଧରି ଭାବନ୍ତୁ ଥରେ ସତ୍ୟ ନା ମିଛ

କଳି କାଳରେ ଏମାନେ ସବୁ ସ୍ୱତନ୍ତ୍ର ଗଛ।


ଏହାଙ୍କ ଡାଳ ସ୍ଵଳ୍ପ ସଂସାରେ ଦେଖନ୍ତୁ ଥରେ

ନିଶ୍ଚେ ପାଇବ ଆଉ ଦେଖିବ ନିଜ ଆଖିରେ।


ଅପ୍ରିୟ ସତ୍ୟ ଦେହରେ କା'ର ଯାଏନି ବୋଲି

କ୍ଷମା କରିବ ନିଜର ଗୁଣେ ହୃଦୟ ଖୋଲି।


ଜୀବନ ହାଟେ ଈଶ୍ଵର ଯେବେ ଦେଇଛି ଖଞ୍ଜି 

ଆମେ ବା କାହିଁ ତୁଚ୍ଛାରେ ଭ୍ରମି ବୁଣିବା ମଞ୍ଜି?


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract