STORYMIRROR

Prafulla Chandra Mishra

Romance Fantasy

3  

Prafulla Chandra Mishra

Romance Fantasy

ଅପରାପର ପ୍ରେମର ସ୍ମୃତି

ଅପରାପର ପ୍ରେମର ସ୍ମୃତି

1 min
179


ପ୍ରେମରେ ସ୍ମୃତି ର ଅନୁପମ ରଙ୍ଗେ ଅତୁଳନୀୟ ସେ ଚିତ୍ର

ମିରା ବାଈ ଶ୍ୟାମସୁନ୍ଦର ପ୍ରେମ ର କାହାଣୀ ଚିର ବିଦିତ

କ୍ଷୀର ସହ ନିର ସମ କୃଷ୍ଣ ସଙ୍ଗେ ମିରାବାଈ ପ୍ରେମେ ରତ

ସେ ସ୍ମୃତି ଏବେବି ସାଂସ୍କୃତିକ ପ୍ରେମ ପ୍ରଭାବିତେ ଉଦ୍ଭାସିତ ।।


ସ୍ଵଭାବିକ ପ୍ରେମ ମୋଦେ ଚଇତନ ଚେତା ହଜି‌ ଯାଇଥାଏ

ପର୍ଯ୍ୟାପ୍ତ ବିଶ୍ଵାସେ ଅନ୍ତର ସର ରେ ପ୍ରେମ ପଦ୍ମ ଫୁଟିଯାଏ

ପ୍ରିତୀ ର ସ୍ଵର ରେ ପ୍ରଣୟ ର ଗୀତ ଗାଏ ଅନ୍ତରାଳେ କିଏ

ପର୍ଣ୍ଣଶାଳା ତା କୁଟୀର ଲାଗଇ ଅଳକା ଭୁବନ ପ୍ରାୟେ ।।


“କୃଷ୍ଣସାତ୍-କୃତ” ଜୀବନ ନୈବେଦ୍ୟ କରି ସମର୍ପି ଦେଇଛି

ଜୀବନରେ ଆଉ ସଂସାର ମାୟାର ମୋହ ଲୋଭ ନାହିଁ କିଛି

ଅପରାପର ପ୍ରେମ ଚିର ଭାସ୍ଵର ଅମଳିନ ସେହି ସ୍ମୃତି

ନିରବଧି ଝଳୁଥିବ ସମାଜ ରେ ଜାଳି ପ୍ରେମ ଦିବ୍ୟ ଜ୍ୟୋତି ।।


ପ୍ରେମ ପର୍ବ ସ୍ମୃତି ଗୀତେ କବି ଲେଖେ ମିରାବାଈ ପ୍ରେମ ସ୍ମୃତି

ପଣ୍ଡିତ ମନକୁ ମଣ୍ଡିତ କରିବ ନିର୍ବୋଧ କି ବୁଝେ ପ୍ରୀତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance