STORYMIRROR

Umashankar Satpathy

Romance

3  

Umashankar Satpathy

Romance

ଅପରାଜିତା

ଅପରାଜିତା

1 min
316


ଦୁଷ୍ଟଓଠର ଆମନ୍ତ୍ରଣ

ପ୍ରଥମ ଚୁମ୍ବନର ଅନୁଭବ

ସମ୍ମୋହନ ଉଛୁଳାପଣର 

ଚପଳା ଇଙ୍ଗିତ

ଏଭରେଷ୍ଟ ଶିଖରରେ ଶିହରଣ

ଦୀପ୍ତିମାନ ଶୈଷ୍ଠବ

ଅଭିମନ୍ତ୍ରିତ ପ୍ରଣୟର ଭାଷା

ଆତ୍ମତୃପ୍ତିର ସଂକେତ

ମହାମୃତ୍ୟୁଞ୍ଜୟ ଶବ୍ଦମାଳା

ସଂକେତ ଆତ୍ମତୃପ୍ତିର 

ଅସରାଏ ଆଶା

ଆଞ୍ଜୁଲାଏ ଭରସା 

ମେଞ୍ଚାଏ ବିଶ୍ୱାସ

ଚାଙ୍ଗୁଡ଼ାଏ ପ୍ରୀତି

ମମତାର ସ୍ପର୍ଷ

ଦର୍ପଣରେ ଲାଜ

ସୁରରେ ଗୁଞ୍ଜନ

ଏବେ ତ କୁହ 

ଏ ଯନ୍ତ୍ରଣାର ଉପଚାର !!

ଯେମିତି ବସନ୍ତରେ ଜ୍ଵର 

ଆଖିରେ ଭରାନିଦ

ସୁସୁପ୍ତ ସ୍ବପ୍ନ

ଏତେ କେମିତି ହଲଚଲ

ଏ ଜୀବାଶ୍ମରେ....

ସବୁ ସତ୍ତା ହରାଇଲା ପରେ

ଥିଲ ଯଦି ତୁମେ

ଅଣଦେଖା କଲ 

କାହିଁକି ଯୌବନରେ...!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance