STORYMIRROR

ମହାଗାଲୁଆ ସନୁ

Romance Tragedy

4  

ମହାଗାଲୁଆ ସନୁ

Romance Tragedy

ଅଫେରା ଲୁହ

ଅଫେରା ଲୁହ

1 min
328

ମନେ ପଡେ କଥା ସେ ଦିନର ,

  କଥା ହେଇଥିଲା ତୁମର ମୋର

ଆରମ୍ଭ କରିଥିଲେ ନୁଆଁ ସମ୍ପର୍କ ଆମର ।।


 ଋତୁ ଆସି ଋତୁ ଚାଲି ଗଲେଣି,

    ହେଲେ ରହି ଯାଇଛି ଯାହା,

ଖାଲି ତୁମ ସହ ସ୍ମୃତି ହାତ ଗଣି ।।


କିଛି ଦିନ ର ସେ ତୁମେ ସଖୀ,

  ମନ ରେ ଭାବନା ଜୋଖି,

ଚାଲି ଗଲ ବହୁ ଦୂର ପାରୁନି ଦେଖି ।।


କିବା ଦୋଷ ଥିଲା କି ଅଭିମାନ,

   କହି ଦେଇଥାନ୍ତ ଥରେ ମୁହଁ ଖୋଲି,

ସହି ନେଇଥାନ୍ତି ଦେଲେ ଦଣ୍ଡମାନ ।।


କିଛି ନକହି ଦୁରେଇ ଦେଇଛ ,

  ଉପରେ ପ୍ରଶାନ୍ତ ଭିତରେ ଅଶାନ୍ତ,

କୁହ କିବା ସୁଖ ତୁମେ ପାଇଛ ।।


ତୁମ ପ୍ରୀତି ତୋଲିଥିବା ଘର,

  ଆଜି ଭଗ୍ନ ଲାଗେ ଏକା ଏକା ,

ଭୁଲ ବୁଝିବନୀ ମୁଁ ଥିଲି କି ପର ।।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance