STORYMIRROR

SUJATA DAS

Romance

3  

SUJATA DAS

Romance

ଅଫେରା ଗୀତ

ଅଫେରା ଗୀତ

1 min
163

ଫେରି ମୁଁ ଯାଉଛି

ଅଜଣା ରାଇଜେ

ଖୋଜିବନି ଆଉ କେବେ

ତୁମ ଦୁନିଆରେ

ନାହିଁ  ଆଉ ମୋର

ଆବଶ୍ୟକ କିଛି ଏବେ.


ଏକା ଆସିଥିଲି

ଏକା ଯିବି ଚାଲି

କରିବିନି ଅଭିମାନ

ପାଇଥିଲି କେତେ

ହରିଦେଲି କେତେ

ହିସାବ  ଖୋଜିନି ମନ.


ହସି ହସି ଏଠି

ଚାଲିଯିବି ବନ୍ଧୁ

ସମ୍ପର୍କ ର  ସେତୁ ଡେଇଁ

ଆଉ ଫେରିବିନି

ତୁମ ଦୁନିଆକୁ

ତୁମ ମନେ କଷ୍ଟ ଦେଇ.


ଆଉ ନାହିଁ ମନେ

କିଛି ଅଭିଯୋଗ

ଅଭିମାନ କିଛି ନାହିଁ

ଯାହା ଦେଇଥିଲ

ହସ ଅବା ଲୁହ

ସାଇତିଛି ହୃଦେ ମୁହିଁ.


ପାଇବାର କିଛି

ଆଶା ମୁଁ ରଖିନି

କିସ ବା ପାରିବ ଦେଇ

ଜୀବନ ଯନ୍ତ୍ରଣା

ସହିଯିବି ସବୁ

ଅଭିନେତ୍ରୀ ସାଜି ମୁହିଁ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance