STORYMIRROR

Tankadhar Majhi

Inspirational Others

2  

Tankadhar Majhi

Inspirational Others

ଅପେକ୍ଷାରେ

ଅପେକ୍ଷାରେ

1 min
144

ଅପେକ୍ଷାରେ 

ମୋ ଆଙ୍ଗୁଳି

ମୋ ଆଡ଼କୁ

ପାପର ପ୍ରାୟଶ୍ଚିତ କରିବାକୁ

ନିର୍ଦ୍ଦେଶ ଦେବ

ଧର୍ମର ରାସ୍ତା ଦେଖାଇବ

ଆଉ କହିବ...

ରେ...

ମଣିଷ ସମୟର ଉପଯୋଗ କର 

ବେଳ ଥାଉ ଥାଉ ବଦଳି ଯା 

ନଚେତ..

ତୋ ଅହଂ ତତେ ନଷ୍ଟ କରିଦେବ ।


ଅପେକ୍ଷାରେ

ମୋ ଦାନ୍ତ 

ମୋ ଜିଭକୁ 

ସତ ନ କହିଲେ

ଜୋରରେ କାମୁଡ଼ିବ

ଗର୍ବ କରିବାକୁ ବାରଣ କରିବ

ସତ୍ୟ ପଥେ ଯିବାକୁ କହିବ

ଆଉ କହିବ...

ରେ...

ମଣିଷ ସତ୍ୟର ସମ୍ମାନ କର

ମିଛକୁ ବିରୋଧ କରିବା ଶିଖ

ନଚେତ..

ତୋ ପିଢି଼ ତତେ ବଦନାମ କରିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational