STORYMIRROR

Sudhanjali Mishra

Romance

2  

Sudhanjali Mishra

Romance

ଅପେକ୍ଷା ....

ଅପେକ୍ଷା ....

1 min
270

ଯେବେ ମୁଁ ପାଇଲି ତୁମଠାରୁ ଚିଠି

ଲେଖୁଛି ତାହାର ଉତ୍ତର

କବିତାର ରୂପ ଭରିଛି ସେଥିରେ

ଭୁଲ୍ ବୁଝିବନି ପ୍ରିୟ ମୋର

ଦିନ ସରେନା କି ରାତି ବି ସରେନି

ଚିଠି ଅପେକ୍ଷାରେ ମୋର

ଯେଉଁ ଦିନ ତୁମ ଚିଠି ଆସିଯାଏ

ହୁଏ ଆହ୍ଲାଦିତ

ବହୁଦିନ ପରେ ତୁମସହ ଦେଖା

ହୁଏ ଅପ୍ରତ୍ୟାଶିତ ଭାବରେ

ଅଜାଡି ହୋଇଗଲା ଶ୍ରାବଣର ଧାରା

ସତେକି ପୃଥିବୀ ପୃଷ୍ଠରେ

ହସର ଠାଣିରୁ ଜଣାପଡୁଥିଲା

ମତେ ଦେଖିତୁମେ କେତେ ଖୁସି

ଖୁସିର କାରଣ ମୁଁ,ହେଇପାରେ

କିନ୍ତୁ ମୁଁ ପାରିନଥିଲି ହସି

ମନେ ପଡିଗଲେ ସେଦିନର କଥା

ହୃଦେ ଖେଳିଯାଏ ଶିହରଣ

ଅତୀତ ହେଲେ ବି ସଂପର୍କ ଆମର

ବଞ୍ଚି ରହିଛି ସେ ପ୍ରଥମ ପ୍ରେମ

ଦୀର୍ଘ ଦିନର ଦୂରତା ଏବେ

ଆଣିଛି ନିବିଡ ଏମନେଁ

ଭଲ ପାଉଥିଲି,ଭଲ ମୁଁ ପାଉଛି

ଭଲପାଉଥିବି ମରିବାଯାଏଁ

ମୋ ପ୍ରେମକୁ କେବେ ସନ୍ଦେହ କରନି

ପ୍ରେମର ଶତ୍ରୁ ସନ୍ଦେହ

ଆଜି ବି ମୁଁ ତୁମ ଚିଠି ଅପେକ୍ଷାରେ

ତୁମ ଅପେକ୍ଷାରେ ସଦେହ

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance