STORYMIRROR

Sarat Jal

Romance

2  

Sarat Jal

Romance

ଅପେକ୍ଷା

ଅପେକ୍ଷା

1 min
2.4K



ପ୍ରଥମ ପ୍ରେମିକା ମତେ କରିଛି ଅପେକ୍ଷା

ମୋ ସାଥେ ସେ ଦେଉଥିଲା ମେଟ୍ରିକ୍ ପରୀକ୍ଷା ।


ମତେ ସିଏ ଦେଇଥିବା ଚକ୍ ଲେଟ ଜରି

ଆଜିଯାଏଁ ସାଇତିଛି ହୃଦୟରେ ଭରି ॥


ନୂଆବରଷକୁ ମତେ ଦେଇଥିଲା ଚିଠି

ସେ ଚିଠିକୁ ବହିତଳେ ରଖିଛି ସାଇତି ॥


ଦେଇଥିଲା ଫୁଲତୋଡା ଫୁଲେଇ ପ୍ରେମିକା

ଡାଏରୀରେ ସାଇତିଛି ପଡିନାହିଁ ଫିକା ॥


ଭଲପାଇବାର ଏଇ ପୁରୁଣା ସଂକେତ

ନୂଆନୁଆ ଲାଗେ ମତେ ଯେତେ ଦେଖିଲେତ ॥


ପ୍ରିୟା ସିନା ନାହିଁ ପାଶେ ଅଛି ଉପହାର

ଦୁନିଆ ଜାଣିଛି ତୁମେ ନଇ ମୁଁ ସାଗର ॥


ଏଇ ଜନମର ପ୍ରେମ ଆର ଜନମକୁ

ଚାହିଁ ମୁଁ ରହିଲି ତୋର ଆସିବା ବାଟକୁ ॥


🌹ଶରତ ଚନ୍ଦ୍ର ଜାଲି🌹

💐💐ତା:୨୦/୭/୦୧୮💐💐


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance