ଅପେକ୍ଷା
ଅପେକ୍ଷା
ପ୍ରଥମ ପ୍ରେମିକା ମତେ କରିଛି ଅପେକ୍ଷା
ମୋ ସାଥେ ସେ ଦେଉଥିଲା ମେଟ୍ରିକ୍ ପରୀକ୍ଷା ।
ମତେ ସିଏ ଦେଇଥିବା ଚକ୍ ଲେଟ ଜରି
ଆଜିଯାଏଁ ସାଇତିଛି ହୃଦୟରେ ଭରି ॥
ନୂଆବରଷକୁ ମତେ ଦେଇଥିଲା ଚିଠି
ସେ ଚିଠିକୁ ବହିତଳେ ରଖିଛି ସାଇତି ॥
ଦେଇଥିଲା ଫୁଲତୋଡା ଫୁଲେଇ ପ୍ରେମିକା
ଡାଏରୀରେ ସାଇତିଛି ପଡିନାହିଁ ଫିକା ॥
ଭଲପାଇବାର ଏଇ ପୁରୁଣା ସଂକେତ
ନୂଆନୁଆ ଲାଗେ ମତେ ଯେତେ ଦେଖିଲେତ ॥
ପ୍ରିୟା ସିନା ନାହିଁ ପାଶେ ଅଛି ଉପହାର
ଦୁନିଆ ଜାଣିଛି ତୁମେ ନଇ ମୁଁ ସାଗର ॥
ଏଇ ଜନମର ପ୍ରେମ ଆର ଜନମକୁ
ଚାହିଁ ମୁଁ ରହିଲି ତୋର ଆସିବା ବାଟକୁ ॥
🌹ଶରତ ଚନ୍ଦ୍ର ଜାଲି🌹
💐💐ତା:୨୦/୭/୦୧୮💐💐