STORYMIRROR

Sumitra Nayak

Tragedy

3  

Sumitra Nayak

Tragedy

ଅପେକ୍ଷା

ଅପେକ୍ଷା

1 min
397

ଦିନ ପରେ ମାସ ପରେ ବିତିଗଲା ବର୍ଷ

ବିତିଗଲା ପ୍ରତେକଟି ମୁହୂର୍ତ୍ତ... ।


ଗୋଟେ ଗୋଟେ ମୁହୂର୍ତ୍ତ ବଞ୍ଚିବାର କଷଣ

ବଞ୍ଚିବାର ମୁହୂର୍ତ୍ତ ମୃତ୍ୟୁ ସହ ଅଭିନ୍ନ... ।


ମୃତ୍ୟୁ ସମ କକ୍ଷ ହୋଇ ବଞ୍ଚି ରହିବା

ବଞ୍ଚି ରହି ତୁମ ଅପେକ୍ଷା କରିବା... ।


ଅପେକ୍ଷାର ଦାରୁଣ ଦୁଃଖ ସମୟ କହିବ

ସମୟର ପ୍ରମାଣେ କି ତୁମେ ଫେରି ଆସିବ... ।


କେବେ ଫେରିବ ତୁମେ ମାସେ କି ବରଷ

ତୁମ ବାଟ ଚାହିଁ ହେଲିନି ନିରାଶ... ।


ଚାହିଁ ବସିଅଛି ତୁମ ଛାଡି ଥିବା ପଥେ

ଫେରି ଆସିବ କାଳେ ତୁମେ ସେଇ ପଥେ... ।


ସେହି ଅପେକ୍ଷାର ଶେଷ ହେବ କି ନାହିଁ

ବୋଧେ ମୃତ୍ୟୁ ସଙ୍ଗତେ ରହିବି ଯାଇ... ।


ଯେବେ ବି ଫେରିବ ଯଦି ଭି ଖୋଜିବ

ଆଖିରୁ ଦୁଇ ଟୋପା ଲୁହ ତ ଝରିବ... ।


ଲୁହର ବିନ୍ଦୁଟେ ଯଦି ମୋ ନାଆଁର ହୋଇବ

ଅପେକ୍ଷାର ଫଳ ମୋର ଅମୂଲ୍ୟ ହୋଇବ... ।



Rate this content
Log in

Similar oriya poem from Tragedy