STORYMIRROR

kahnu charan sahu

Romance

3  

kahnu charan sahu

Romance

ଅପେକ୍ଷା ରେ....

ଅପେକ୍ଷା ରେ....

1 min
156

ମୁଁ ତୁମ ଅପେକ୍ଷାରେ

ତୁମେ ଆସିବ ବୋଲି

ଆସ ନା ଆସ ତୁମେ

କେବେ ଫୁଲ ସାଥିରେ 

କେବେ କଣ୍ଟା ସାଥିରେ


କେବେ ଓଠକୁ ଛୁଇଁ ଦେଇଯାଅ

ତ ଆଉ କେବେ ହୃଦୟକୁ ଆଘାତ କର

ପ୍ରତାରଣାର ମୁନିଆଁ କଣ୍ଟାରେ


ମୁଁ ଯାଯାବର କିନ୍ତୁ

ତୁମକୁ ଦେଇଛି ମୋ ମନ ପ୍ରାଣ

କରିବନି କେବେ ପର

ଯେମିତି ନିଜର କଲାପରେ

ଲୋକେ ଦୁରେଇ ଦିଅନ୍ତି


ମୁଁ ଭଅଁର ଟିଏ ତୁମ

ଗୋଲାପୀ ଓଠର ବାସ୍ନା ଭରା

ପ୍ରେମବଗିଚାରେ


ତୁମେ ନୀଳ ଆକାଶର 

ନୀଳିମା ମୁଁ ତ କାଁ ଭାଁ

ତୁମକୁ କିପରି ନିଜର କରିବି 

ହେଲେ ଖୁବ ଆଶା ଅଛି ଏ ମନେ

ତୁମକୁ ନିଜର କରିବାର


ମୋ ହୃଦୟ କୁହେ ତୁମେ ଆସିବ

ଆସୁଛ ମୋ ସ୍ୱପ୍ନରେ 

ସକାଳରୁ ସଞ୍ଜ ମୋ ହୃଦୟର 

ଇଲାକାରେ ବିତରଣ ତୁମେ

ତୁମ ପ୍ରେମର ଗଜଲ

ଆହୁରି ଅନେକ ଘଟଣା ଘଟିବାର ମୁଁ ଆଶାରେ

ପ୍ରିୟେ! ଆସ! ଆସ

ମୁଁ ତୁମ ଅପେକ୍ଷାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance