ଅପେକ୍ଷା -୨
ଅପେକ୍ଷା -୨
ତୁମ ବିନା କ୍ଷଣ କ୍ଷଣ ଲାଗେ ଅସହ୍ୟ
ବୃକ୍ଷର ଶୀତଳ ଛାୟାରେ ବି ପ୍ରାଣ ଅଥୟ ।
ସବୁଜ ସ୍ୱପ୍ନେ ହୋଇଣ ମଗ୍ନ କ୍ରୀଡା ରଙ୍ଗେ
ଲଭୁଥିଲି ମୁହିଁ ପରମ ଆନନ୍ଦ ଅଙ୍ଗ ସଙ୍ଗେ ।
ବିରହ ବେଦନେ ବ୍ୟଥିତ ପ୍ରାଣେ ଫେରିବାକୁ ଚାହେଁ
ଶୂନ୍ୟ ଅଗଣାରେ ନୀଡ଼ଟିଏ ରଚି ପଥ ଚାହେଁ ।
ବିଶ୍ୱାସକୁ କରିବ ସୁଦୃଢ ବାଟଭୁଲା ପ୍ରେମିକ ନୁହେଁ
ଯେଉଁ ଯଞ୍ଜିର ବାନ୍ଧିଛି ମୋପାଦ ମୁକୁଳିବ ଦିନେ ।
