STORYMIRROR

Kalpana Kumari Pradhan

Fantasy

4  

Kalpana Kumari Pradhan

Fantasy

ଅପେକ୍ଷା -୧

ଅପେକ୍ଷା -୧

1 min
390

ଛଳ ଛଳ ନୟନେ ଚାହିଁଛି ବାଟ ତୁମରି

କେଉଁ ରାଇଜେ ରହିଲ ମଗନ ଆସିଲନି ଫେରି l


ଆଖିଲୁହ ଆଖିରେ ମଲାଣି ପଥ ପଡିଛି ଶୂନ୍ୟ

ଅମାନିଆ ପବନଟା ଲିଭେଇଲାଣି ତୁମ ପାଦ ଚି଼ହ୍ନ l


ଅପେକ୍ଷାର ବୟସ ବଢ଼ି ବଢ଼ି ଚାଲେ ସମୟ ସାଥେ

ପ୍ରୀତିଫୁଲ ମୋର ଦୁଃଖରେ ମଉଳେ ଧରିଥିଲି ହାତେ l


ଆସିବା ଖବର ଦେଲନାହିଁ କାହିଁ କରିଛ ମାନ

ପ୍ରାଣ ପ୍ରିୟା ବୋଲି ଦେଖାଇଥିଲ କେତେ ସପନ l


ସବୁ ଋତୁ ଆସି ଛୁଇଁ ଚାଲିଗଲେ ବାଟେ

ଅଫେରା ପ୍ରେମିକ କଥା ଦେଇ ଫେରେନାହିଁ ମୋଟେ l


ହୃଦୟ ବେଦିରେ  ଜାଳି ପ୍ରେମର ଅଲିଭା ଦୀପାଳି

ଫେରିଆସ ଥରେ ଦେଖିଯିବ ମରୁଛି ଝୁରି ଝୁରି l


Rate this content
Log in

Similar oriya poem from Fantasy