Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lunar Das

Romance Others

3  

Lunar Das

Romance Others

ଅପାସୋରା ସନ୍ଧ୍ୟା

ଅପାସୋରା ସନ୍ଧ୍ୟା

1 min
248



ମୁଁ ସେଇ ମୁହୂର୍ତ୍ତକୁ ଭଲ ପାଏ

ଯେଉଁ ମୁହୂର୍ତ୍ତରେ ତୁମେ ମନେ ପଡ଼ ।


ଅପାସୋରା ସନ୍ଧ୍ୟା ଟିଏ ମୋର

ଜୀବନ୍ତ ଛାଇ ପରି

ନୀତିଦିନ ବସିଥାଏ

ଆଶା ଅସୁମାରୀ ।


ମୁଁ ସେଇ ଅସୁମାରୀ ସ୍ୱପ୍ନ କୁ ଭଲ ପାଏ

ଯେଉଁ ସ୍ୱପ୍ନ ରେ ତୁମେ ଘୁରୁ ଥାଅ ।


ଜୀବନ ର ଅଧା ରାସ୍ତାରେ

ଅସଂଖ୍ୟ ବୁଲାଣି

ଯେଉଁ ବୁଲାଣି ରେ

ତୁମେ ଦେଖା ହେଲ,

ସେଇ ବୁଲାଣି ଟି 

ଅତି ପ୍ରିୟ ମୋର ।


ମୋ ପାଦରେ ବନ୍ଧା 

ଅନେକ ଜଞ୍ଜାଳ ର ଜଞ୍ଜିର

ସେ ଜଞ୍ଜିର ଖାଲି

ତୁମ ବିଶ୍ୱାସ ର ।


ମୁଁ ସେଇ ବିଶ୍ୱାସ କୁ ଭଲପାଏ

ଯେଉଁ ବିଶ୍ୱାସ ରେ

ତୁମ ନାମେ ଚର ଚିବି

ମୋ ଶେଷ ଆୟୁଷ ରେ ।


ଛାଇ ଛାଇକା ସନ୍ଧ୍ୟା ର ବେଳାରେ

ଅନେକ ଥର ପଚାରିଛି ଜହ୍ନ କୁ

ତୁମ ବିଷୟରେ,

ସମ୍ଭାବନା ର ସୁଦୀର୍ଘ ଆଶାରେ

ମୁଁ କଣ ତୁମର ମନେ ପଡ଼େ ...?



Rate this content
Log in

Similar oriya poem from Romance