STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ଅନ୍ୟଏକ ପ୍ରେମ କୋରସ

ଅନ୍ୟଏକ ପ୍ରେମ କୋରସ

1 min
196


ହୃଦୟ ର ରାଜବାଟି ଅନ୍ତଃପୁର ମଣ୍ଡନା ଗୋ ପାଟ ରାଣୀ

ନୀଳ ନଳିନୀ ନୟନା ନବ ବାଳା କାମକଳା ସୁଭାଷିନୀ

ତୋ ପାଇଁ ମଳୟ ଝରଇ

ବନ ବୀଥିକା ରେ ରଙ୍ଗ ଵେରଙ୍ଗ ଫୁଲ ଫୁଟି ବୃନ୍ତେ ଝୁଲଇ ।।


ତୋ ପାଇଁ ପ୍ରଭାତେ ରବି ପୂର୍ବଦିଗେ ସୁବର୍ଣ୍ଣ ଲୋହିତ ରଙ୍ଗ

ସଞେ ହିମାଂଶୁ ରୂପେଲି ଯୋଛନା ସମ ତୋର ଚାରୁ ଅଙ୍ଗ

କୁଞ୍ଚିତ କୁନ୍ତଳା ଛଇଳା

ପ୍ରେମ ତରଙ୍ଗିଣୀ ଲହରୀ ଖେଳଇ କେଳୀ କୁଶଳା ଚଞ୍ଚଳା ।।


ପ୍ରଣୟ ସ୍ରୋତରେ ତୁ ଗୋଟେ ଡଙ୍ଗା ତରିବାକୁ ପ୍ରେମ ସାଗର

ଝଡ ବତାସର ଅଲିଭା ଦୀପ ଜୀବନ କରିଛୁ ମଧୁର

ପ୍ରେମ ପ୍ରଣୟ ର ରଙ୍ଗରେ

ରଙ୍ଗାଇ ଦେଇ ମଧୁମୟ ଝର ଝରାଇ ଦେଇଛୁ ସଂସାରେ ।।


ବାହୁ ବଳୟର ବନ୍ଧେ ବାନ୍ଧି ଦେଇ କୋଳେରେ ବସାଇ ସହୀ

ନାନାଛନ୍ଦେ ଛନ୍ଦି ଭୁଲାଇ ନେଲୁ ତୁ ଜହ୍ନ ହସୁଥିଲା ଚାହିଁ

ଅଭୁଲା ପହିଲି ପରସ 

ମନବୀଣା ତାରେ ଗୁଞ୍ଜରି ଗଲା ଅନ୍ୟଏକ ପ୍ରେମ କୋରସ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance