STORYMIRROR

Bikesh Sahu

Abstract

2  

Bikesh Sahu

Abstract

ଅନ୍ୟ ଜଣେ ଈଶ୍ୱର

ଅନ୍ୟ ଜଣେ ଈଶ୍ୱର

1 min
2.9K

ବାପା ! ଆଉ କେତେଦିନ ଲୁଚେଇବ

ମିଛ ହସର ଚଦର ଘୋଡ଼ାଇ  

ତମ ଛାତି ତଳ ଯନ୍ତ୍ରଣା ସବୁକୁ 


ଆଖି ଲୁହକୁ ପାଟିରେ ପିଇ

ଦୁଃଚିନ୍ତାର ପାହାଡ଼ ମୁଣ୍ଡେଇ

ଅଜ୍ଞାତବାସରେ ଫୋପାଡୁ ଥିବ 

ତମ ଆୟୁଷ ସବୁ ।


ସତରେ ବାପା 

ତମେ ଲୁଚେଇ ବି ଲୁଚେଇ ଜାଣନା

ତମ ଯନ୍ତ୍ରଣା ସବୁ ।


ତମେ ସିନା ମିଛ କୁହ ବାପା !

ହେଲେ ରାତି ରାତି ଧରି ବିନିଦ୍ର

ସେ ନିରୀହ, ନିସ୍ତେଜ ଆଖି ଦୁଇ

ଗୋଟି ଗୋଟି କରି କହିଦିଏ 

ତୁମ ଦୁଃଖ ସବୁ ।


ତଥାପି

କେବେ ତ ଏଡ଼େଇ ଦେଇନ ତମେ

ମୋ ବରାଦ ସବୁକୁ


ବରଂ ମୋତେ ନୂଆ ପିନ୍ଧେଇବା ପାଇଁ

ମୋ ଛିଣ୍ଡା କାମିଜରେ ଆବୃତ କରିଛ ନିଜକୁ

ମୋତେ ଛାଇ ଦେବା ପାଇଁ

ନିଜ ପାଇଁ ଆଦରି ନେଇଛ ଖରାକୁ

ମୋ ମୁହଁରେ ଦି'ଓଲି ଦି'ମୁଠା ଆହାର ଦେବା ପାଇଁ

ଭୋକ ସହ ବନ୍ଧୁ କରିଛ ନିଜକୁ

ପୁଣି, ମୋ ଆଖିରେ ଟିକେ ଶାନ୍ତିର ନିଦ ଦେବା ପାଇଁ 

ମାରି ଦେଇଛ ନିଜ ଆଖିର ନିଦକୁ


ତେବେ କୁହ ବାପା 

ଏତେ କଷ୍ଟ କେମିତି ତମେ ଦେଇପାର ନିଜକୁ ।


ଯେତେଥର ତମ ପାଦ ଛୁଇଁଛି ମୁଁ

ମୋ ମୁଣ୍ଡରେ ହାତ ରଖି

ତମେ କୁହନା 

ଈଶ୍ୱର ତୋର ମଙ୍ଗଳ କରନ୍ତୁ !


ହେଲେ ମୁଁ ଚାହେଁନା ବାପା

ସେ ଅଦୃଷ୍ଟ ଈଶ୍ୱରଙ୍କ କୃପା ବିନ୍ଦୁ 


କାହିଁକି ଜାଣ..ବାପା

ମୁଁ ନ ମାଗିବା ପୂର୍ବରୁ ହିଁ ତ 

ତମେ ମୋତେ ଯାଚିଦେଇଛ 

ମୋ ଈସ୍ପିତ ବରସବୁ ।


ତେବେ କୁହ ତ ବାପା ! 

ତମେ କ'ଣ ମୋ ପାଇଁ କମ୍ 

ସେଇ ଚିରାଚରିତ ଈଶ୍ୱରଙ୍କଠୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract