ଅନୁତାପ
ଅନୁତାପ
ବୁଝି ଓ ବିଚାରି ଉତ୍ତମ ନିଷ୍ଠାରେ
କରିବା ଉଚିତ କାମ
ମନଯୋଗ ବଳେ ସଠିକ ଉଦ୍ୟମେ
ମିଳେ ଭଲ ପରିଣାମ ।
ମଣିଷ ମାତ୍ରକେ ହୋଇପାରେ ଭୁଲ
ଅଜାଣତେ ଅନଭ୍ୟାସେ
ଉତ୍ତମ ମଣିଷ ସୁଧାରେ ନିଜକୁ
କରେନି ତ୍ରୁଟି ଭବିଷ୍ୟେ ।
ଆସଇ ଜୀବନେ ଦ୍ୱନ୍ଦ୍ୱାତ୍ମକ ସ୍ଥିତି
କଷ୍ଟକର ଆକଳନ
ସ୍ୱ।ର୍ଥ ବୃହତ୍ତର ସାଧନ ନିମନ୍ତେ
ଲୋଡ଼ା ପଡ଼େ ବଳିଦାନ ।
କର୍ତ୍ତବ୍ୟ ପାଳନ ପଥେ ଉଭା ହୁଏ
ବାଧା ବିଘ୍ନ ଶତ ଶତ
ସାହସ ଅଦମ୍ୟ ଧୈର୍ଯ୍ୟ ଅସୀମ
ଅନିବାର୍ଯ୍ୟ ଆବଶ୍ୟକ ।
ଅନୁଚିତ କର୍ମେ ହୁଏ ପଶ୍ଚାତାପ
ତ୍ରୁଟି ପାଇଁ ମନସ୍ତାପ
ଘାରି ହୁଏ ମନ ଅନ୍ତର ସନ୍ତପ୍ତ
ଲାଗେ ସବୁ ବିଷ ପାପ ।
କାୟ ମନୋବାକ୍ୟେ ସଦଉପଚାର
କ୍ଷୟକ୍ଷତି ସଂଶୋଧନ
ପ୍ରଶମିତ କରେ ଅନୁତାପାନଳ
ମିଳେ କ୍ରମେ ଉପଶମ ।
