The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ବୀରେନ୍ କୁମାର ବେହେରା

Inspirational Children

4  

ବୀରେନ୍ କୁମାର ବେହେରା

Inspirational Children

ଅନୁତାପ ଦିଏ ଶିକ୍ଷା

ଅନୁତାପ ଦିଏ ଶିକ୍ଷା

1 min
237


ମଣିଷ ମାତ୍ରକେ କରିଥାଏ ଭୁଲ,

ଏ ତ ପ୍ରକୃତିର ନୀତି ।

ଭୁଲ କରି ପୁଣି ବଞ୍ଚଇ ମଣିଷ,

ସମୟକୁ କରି ସାଥୀ ।।

ପ୍ରକୃତି କୋଳରେ ଜନ୍ମ ପରା ଆମେ,

ସମୟର ଆମେ ଦାସ ।

ସମୟ ଡୋରୀରେ ଏ ଜୀବନ ବନ୍ଧା,

ସମୟ ହିଁ ଦିଏ ଦୋଷ ।।

ଭୁଲ କରି ଆମେ ହେଉ ଅପଦସ୍ତ,

ପଛେ କରୁ ଅନୁତାପ ।

ଅନୁତାପରୁ ହିଁ ମଣିଷ ଶିଖଇ,

ଏ ତ ସମୟର ରୂପ ।।

ଭୁଲ କରି ଯିଏ ନିଜ ଜୀବନରେ,

ନ ହୋଇଲା ଅନୁତପ୍ତ ।

ସେ ମଣିଷ କେବେ କାମନା ରାଇଜୁ,

ହୋଇ ପାରିବନି ମୁକ୍ତ ।।

ଅନୁତାପ ନିଶ୍ଚେ ପୁନଶ୍ଚ ଭୁଲରୁ,

ମଣିଷକୁ କରେ ରକ୍ଷା ।

ନିଜ ଭୁଲ ପାଇଁ ହୁଅ ଅନୁତପ୍ତ,

ଅନୁତାପ ଦିଏ ଶିକ୍ଷା ।।



Rate this content
Log in

More oriya poem from ବୀରେନ୍ କୁମାର ବେହେରା

Similar oriya poem from Inspirational