STORYMIRROR

Debabrata Jena

Romance

2  

Debabrata Jena

Romance

*ଅନୁରାଗୀ*

*ଅନୁରାଗୀ*

1 min
14K




କେଉଁ ଦୁର୍ବଳ ମୁହୂର୍ତ୍ତେ ତୋର ପ୍ରତିଛବି

ମନ କାନଭାସେ ଉଙ୍କି ମାରଇ

ତୋ ନିର୍ଭେଜାଲ ପ୍ରେମର ପ୍ରତିଟି ସ୍ମୃତିକୁ

ହୃଦ ବୀଣାରେ ମୁଁ ତୋଳି ଧରଇ ।।(୧)

କିପରି ,କାହିଁକି, ତୁ ଯେ ଆଜିକାଲି ପରା

ମୋ ହିଆ ଝର୍କାରେ ଧସେଇ ପଶୁ

ସମୟର ସରହଦ ଡେଇଁ କେବେ ମୋର

ନ ଖିଆଲରେ ନିଇତି ବସୁ ।।(୨)

ତୋର ନୀଳ ନୀଳ ଆଖି ଗୋଲାପୀ ଅଧର

ଝାପସା ଝାପସା ଉଙ୍କି ମାରଇ

ମନ ବଗିଚାରେ ଅଳି ସାଜି ମୁହିଁ ସତେ

ତୋ ହୃଦ ଫୁଲକୁ ନିତି ଚୁମଇ ।।(୩)

ସପନ ଦେଖୁଛି ନିତି ତୋ ପାଇଁ ଲୋ ଗୋରୀ

ସଜେଇ ତୋତେ ମୋ ପୂର୍ଣ୍ଣିମା ଇନ୍ଦୁ

ଭଲ ପାଉଅଛି ତୋତେ ଭଲ ପାଉଥିଵି

ନିଗାଡି ମୋ ତନୁ ରୁଧିର ବିନ୍ଦୁ ।।(୪)








ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance