STORYMIRROR

Raja Sekhar CH V

Romance Classics Fantasy

2  

Raja Sekhar CH V

Romance Classics Fantasy

ଅନୁରାଗ

ଅନୁରାଗ

1 min
16

ମନରେ ଭରିଲା ଅନୁରାଗର ନିଆରା ରଙ୍ଗ,

ପ୍ରେମର ଆକାଶରେ ଉଡିଲା ହୋଇ ବିହଙ୍ଗ,

ପ୍ରଣୟର ଭୂଇଁରେ ଧାଇଁଲା ହୋଇ ତୁରଙ୍ଗ,

ପ୍ରେମ ସାଗରରେ ପହଁରିଲା ହୋଇ ତରଙ୍ଗ।୧।


ଖୋଜିବା ଏକ ନୂତନ ଜୀବନ୍ତ ଜଗତ,

ଯେଉଁଠି ଯୌବନ ରହିବ ଚିରହରିତ,

ସେଇଠି ଖୁସିରେ ରହିବ ମୋ ସହିତ,

ପ୍ରେମାଳାପରେ ସମୟ ହେବ ଯାପିତ।୨।


ଆମ ପ୍ରେମ ରହୁ ସତତ ଅଭୁଲା ଅତୀତ,

ତୁମ ମଧୁର ବଚନ ଭାବୁଛି ମୁଁ ଅନବରତ,

ତୁମ ସୁନ୍ଦର ବଦନ ଦେଲା ମିଠା ଆଘାତ,

ତୁମର ମୃଦୁହାସ କରେ ମୋତେ ଆକର୍ଷିତ ।୩।


ଆମ ଅନୁରାଗରେ ନ ରହୁ କିଛି ନିୟମ,

ଆମ ମଧ୍ୟରେ ନ ରହୁ କୌଣସି ଆୟାମ,

ଉଭୟ ପ୍ରତି ରଖିବା ଅନ୍ୟୋନ୍ୟ ସଂଯମ,

ଆମ ଅନୁରକ୍ତ ଜୀବନ ସଦା ରହୁ ସୁଗମ |୪|



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance