Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhakanta Sahu

Inspirational

3  

Subhakanta Sahu

Inspirational

ଅନୁପମା

ଅନୁପମା

1 min
6.8K


ଅନୁପମା ତୁମେ ଅନୁପମା

ଉପମାର ତୁମ ତୁଳନା ତ ନାହିଁ

ତେଣୁ ପରା ତୁମେ ଅନୁପମା ।

ରୂପେ ଅନୁପମା ଗୁଣେ ଅନୁପମା

ଭାଷା ତୁମ ଅନୁପମା,

ଯୁବା ପ୍ରାଣ-ପ୍ରିୟା ବାଣୀଶ୍ରୀ ତନୟା

ଦିଗଦର୍ଶୀ ପ୍ରିୟତମା ।

କାବ୍ୟ ସୁଚାତୁରୀ ପ୍ରବନ୍ଧ ମାଧୁରୀ

ବାଢି ସମାଜ ଚେତନା,

ଜନମତ ତୋଳି ହିତେ ହୁଅ ଭାଳି

ବାଣ୍ଟୁଥାଅ ସଦ୍‌ଭାବନା ।

ନାରୀ ତ ଜନନୀ, ନାରୀ ତ ଭଗିନୀ

ନାରୀ ଅଟେ ପୁଣି ଜାୟା,

ନାରୀଙ୍କ ସମ୍ମାନ ଅଧିକାର ପା‍ଇଁ

ଅବତରିଅଛ ଏ କାୟା ।

ଚେତାଅ ହେବାକୁ ସୁଦୁହିତା, ମାତା

ଗୁଣଗ୍ରାହୀ ସୁଗୃହିଣୀ,

ଆଶା ଆଶ୍ବାସନା, ବିଶ୍ବାସ ଭରସା

ନାରୀଙ୍କ ଅନୁରାଗିଣୀ ।

ଯଉବନ ନୁହେଁ ଉନ୍ମାଦନା ଖାଲି

ଉତ୍ତର ଦାୟିତା କଳ୍ପ,

ଉତ୍ତମ ସମାଜ ଗଢିବା ସମୟ

ଭୂମିକା ନୁହ‍ଇ ଅଳ୍ପ ।

ଯୁବ ସମାଜର ଉଦ୍ଭ୍ରାନ୍ତତା ପାଇଁ

ତୁମେ ହିଁ ତ ଉଦ୍‌ବିଘ୍ନା,

ସନ୍ମାର୍ଗ ଦର୍ଶିକା ଦିବ୍ୟ ପ୍ରଦର୍ଶିକା

ବନ୍ଧୁତାର ବ୍ରତେ ମଗ୍ନା ।

ନାମ ଅନୁପମା କାମ ଅନୁପମା

ବାଣ୍ଟଗୁଣ ଅନୁପମା

ପ୍ରେୟସୀ ଶ୍ରେୟସି ମୋ ମନ ମାନସୀ

ଭୁଲି ନହୁଅଗୋ ଜମା ।

ଶୁଭକାନ୍ତ ସାହୁ(ଶିକ୍ଷକ),ଗୋପବନ୍ଧୁ ହାଇସ୍କୁଲ୍, ପୋଲସରା,

ଗଞ୍ଜାମ, ପିନ୍:୭୬୧୧୦୫, ମୋବାଇଲ୍:୯୮୬୧୭୩୨୨୫୬


Rate this content
Log in

Similar oriya poem from Inspirational