ଅନୁଭୂତି ର ଇନ୍ଦ୍ରଧନୁ 🌈
ଅନୁଭୂତି ର ଇନ୍ଦ୍ରଧନୁ 🌈
ଆଈଙ୍କର ପାନ ବଟୁଆ
କେତକୀ ଖଇର ର ବାସନା
ମନରେ ଆସେ ଖଣ୍ଡେ ଖାଇବା ର ଲାଳସା
ସବୁବେଳେ ତାଙ୍କ ଅଣ୍ଟାରେ ଖୋସା
ପାନ ଖାଇ ତାଙ୍କ ପାଟି ନାଲିଆ
ମାଗିଲେ ଖଣ୍ଡେ ତାଙ୍କର ନାଲି ଆଖି ଦେଖା
କହିବେ,ପାନ ଗୁଆ ନୁହେଁ ଛୋଟିଆ ନିଶା,ଟାଣେ ପଇସା
ଲୁଚାଇ ଖାଇଲେ ପାଇବ ସଜା
ଥରେ ତାଙ୍କୁ ନ ମାନି ଖାଇ ପାଇଲି ମଜା
ତିନିଦିନ ଯାଏ ମୁଣ୍ଡ ଉଠାଇ ପାରିନି
ଗୁଣ୍ଡିପାନ ସତରେ ଭାରି କଡା
