STORYMIRROR

Goutam Mohanty

Romance

3  

Goutam Mohanty

Romance

"ଅନ୍ତରଙ୍ଗ ବନ୍ଧୁ"-------------

"ଅନ୍ତରଙ୍ଗ ବନ୍ଧୁ"-------------

1 min
242


ସ୍ନେହ ମମତାରେ ବାନ୍ଧି ପାରେ ଯିଏ

ନ କହିଲେ ମଧ୍ୟ ଅନ୍ତର କଥା ବୁଝି ପାରେ

ହସରେ ଲୁହରେ

ଦୁଃଖ ଦୁର୍ଦ୍ଦିନ ରେ 

ପାଖରେ ସଦା ରହିଥାଏ

ସିଏ ହିଁ ଅନ୍ତରଙ୍ଗ ବନ୍ଧୁ ...................


ଅନ୍ୟ ଜଣ ପାଇଁ ଯିଏ ଦେଇ ପାରେ ପ୍ରାଣ

ଯା ପାଇଁ ସରସ ସୁନ୍ଦର ହୁଏ ଏ ଜୀବନ

ଦୁଃଖ ଦରିଆରେ ଯିଏ

ପକେଇ ଦିଏ ସୁଖର ନାବଟିଏ

ସିଏ ହିଁ ଅନ୍ତରଙ୍ଗ ବନ୍ଧୁ ..................  


ଫର୍ଚ୍ଚା ମନ ଆକାଶରେ ଯେବେ

ଦୁଃଖର କଳା ବାଦଲ ଘୋଟି ଆସେ

ପାଖରେ ଥାଇ ଯିଏ ବିଶ୍ୱାସ ଆଉ ଭରସାର ମନ୍ତ୍ର

ହୃଦୟର କୋଣ ଅନୁକୋଣରେ

ଶ୍ୱାସ ପ୍ରଶ୍ୱାସରେ ଭରିଦିଏ

ସିଏ ହିଁ ଅନ୍ତରଙ୍ଗ ବନ୍ଧୁ ........................


ଦୟା କ୍ଷମା ଅନୁକମ୍ପା ହୃଦୟରେ ବହି

ନିଜ ଭାଇ/ଭଗ୍ନି ପରି

ରୋଗ ଶୋକ କ୍ଲେଶରେ

ବିନା ଦ୍ୱିଧାରେ ଯିଏ ପାଖରେ ରହି

ସାନ୍ତ୍ୱନା ଦମ୍ଭ ସତ୍ ସାହସର

ସମ୍ଭାବନା ସୃଷ୍ଟି ସଞ୍ଚୟା କରେ 

ସିଏ ହିଁ ଅନ୍ତରଙ୍ଗ ବନ୍ଧୁ ........................


ଯିଏ ଆଶା ଆଶ୍ୱାସନା ର ମଧୁ କଳ୍ପନାଟିଏ

ବିଶ୍ୱାସ ଭରସାର ମଜବୁତ ସେତୁଟିଏ

ଖୁସିର କୁହୁକ ପେଡିଟିଏ

ରୋଗ ନିରାକରଣର ମହୌଷଧିଟିଏ 

ସିଏ ହିଁ ଅନ୍ତରଙ୍ଗ ବନ୍ଧୁ ......................


କଣ୍ଟାର ଶେଜକୁ ଯିଏ ଫୁଲର ଶେଜରେ

ଵଦଳେଇ ଦେଇ ପାରେ

ଜିତେଇବା ପାଇଁ ଯିଏ ନିଜର ବନ୍ଧୁ ଠାରୁ

ବାଜିରେ ପୁଣି ହାରି ଯିବାର ତ୍ୟାଗ କରିପାରେ

ସିଏ ହିଁ ଅନ୍ତରଙ୍ଗ ବନ୍ଧୁ ...............  


ଦିଗହରା ହୋଇ ବାଟ ଚାଲୁଥିଲେ

ହାତକୁ ବଢାଇ ଯିଏ ପଥ ପ୍ରଦର୍ଶକ ସାଜିଥାଏ

ସିଏ ହିଁ ଅନ୍ତରଙ୍ଗ ବନ୍ଧୁ .. ......................


ଦୂରରେ ଥାଉ ଅବା ନିକଟରେ

ଧନୀ ହେଉ ଅବା ଗରିବର ପତ୍ର କୁଡିଆରେ

ଉଚ୍ଚ ହେଉ ଅବା ନୀଚ କୂଳ ଜାତି

ଭେଦ ଭାବର ସଂଜ୍ଞା ଖୋଜେ ନାହିଁ

ସିଏ ହିଁ ଅନ୍ତରଙ୍ଗ ବନ୍ଧୁ ......................



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance