STORYMIRROR

ଲିମନ ଦିଦି

Fantasy

3  

ଲିମନ ଦିଦି

Fantasy

ଅନ୍ତର୍ଦାହ

ଅନ୍ତର୍ଦାହ

1 min
276

ହାଃ ହାଃ ହାଃ

ହାଃ ହାଃ ହାଃ

ଏବେ ମୁଁ

ମୁକ୍ତ ଆକାଶର ପକ୍ଷୀ

କଅଁଳ ଡେଣା ବାଡେଇ

ଆନନ୍ଦରେ ଉଡୁଛି

ନା କିଏ ଖବର ପାଉଛି

ନା ଆକଟ କରୁଛି

ସନ୍ଧ୍ୟାରେ ଫେରୁଥିବା ଜୀବ

ରାତିରେ ବୁଲୁଛି

ଉଡିଲା ବେଳେ ଭାବୁଛି

ରାସ୍ତା କ'ଣ ଠିକ୍ ଅଛି

ଦ୍ବନ୍ଦରେ ପଡି ବସିପଡିଛି

ହେଲେ ସେଇଠି

ଫାଟକରେ ତାଲା ଝୁଲୁଛି

ମୋତେ ତାତ୍ସଲ୍ଯ ଭଙ୍ଗୀରେ କହୁଛି

ତୋର କ'ଣ ଫାଟକ ଡେଇଁବାର

ସାହସ ଅଛି

ହେଲେ ଅନ୍ଧାରରେ ସେ କ'ଣ ବୁଝିଛି

ମୋ ଆଖିରୁ ଲୁହ ଗଡିସାରିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy