STORYMIRROR

Ajit Kumar Raut

Abstract Inspirational Children

3  

Ajit Kumar Raut

Abstract Inspirational Children

ଅନ୍ତରାଷ୍ଟ୍ରୀୟ ପୁସ୍ତକ ଦିବସ

ଅନ୍ତରାଷ୍ଟ୍ରୀୟ ପୁସ୍ତକ ଦିବସ

1 min
187


ଜ୍ଞାନର ଦିବସ ପୁସ୍ତକ ଦିବସ


ଜନେ ଜନେ ଜ୍ଞାନ ଦିଏ,


ଅନ୍ତରାଷ୍ଟ୍ରୀୟ ର ପୁସ୍ତକ ଦିବସ


ପୁସ୍ତକର ଜ୍ଞାନ ଦିଏ।୧।


ପୁସ୍ତକ ପଠନେ ଜ୍ଞାନର ପ୍ରକାଶ


ଅଙ୍କୁରିତ ହୁଏ ପ୍ରାଣେ,


ଭଲ ମନ୍ଦ କଥା ଜାଣି ହିଁ ପାରଇ


ମନୁଷ୍ୟ କର୍ମକୁ ମଣେ।୨।


ସତ୍ୟ ଧର୍ମ କଥ ବୁଝିହିଁ ପାରଇ


ପ୍ରମାତ୍ମାଙ୍କୁ ମଧ୍ୟ ଚିହ୍ନେ,


ପ୍ରଭୁ ବିନା ଗତି ନାହିହିଁ ଜୀବନେ


ପ୍ରଭୁ ଭକ୍ତି ମଧ୍ୟ ଚିହ୍ନେ।୩।


ପୁସ୍ତକ ଜୀବନ ପୁସ୍ତକ ଦର୍ପଣ


ଜ୍ଞାନର ଭଣ୍ଡାର ଏହି,


କର୍ମପଥ ମାର୍ଗ ପୁସ୍ତକ ହିଁ ଅଟେ


ଜୀବନେ ରତନ ଏହି।୪।


ହାର୍ଦ୍ଦିକ ଶୁଭେଛା ଅଭିନନ୍ଦନ ଟି


ପୁସ୍ତକ ଦିବସେ ମୋର,


ପୁସ୍ତକ ପଢିବା ନିତି ପ୍ରତିଦିନ


ସତ୍ୟମାର୍ଗ ହେଉ ମୋର।୫।


ଜ୍ଞାନର ଦିବସ ପୁସ୍ତକ ଦିବସ


ଜନେ ଜନେ ଜ୍ଞାନ ଦିଏ,


ଅନ୍ତରାଷ୍ଟ୍ରୀୟ ର ପୁସ୍ତକ ଦିବସ


ପୁସ୍ତକର ଜ୍ଞାନ ଦିଏ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract