STORYMIRROR

Debadatta Jena

Romance Thriller

3  

Debadatta Jena

Romance Thriller

ଅନର୍ଥ

ଅନର୍ଥ

1 min
281

କେତୋଟି ଶବ୍ଦ କ'ଣ,

ସମ୍ପର୍କର ପରିମାପକ,

ହୋଇ ପାରେ କି ଯେ ମାପୁଛ..?

କେତେ ଗଭୀର ପରିବ୍ୟାପକ,

ହୋଇ ପାରେ ଏ ଭାବର ଶୃଙ୍ଖଳ,

ନୀରବତା ବୁଝିବାକୁ ଯଥେଷ୍ଟ କି,

ତୁମେ ମାପିବାକୁ ଚେଷ୍ଟା କରୁଛ..?

କେତୋଟି ଶବ୍ଦର ସମାହାର କ'ଣ

ବିଶାଳ ହୃଦୟର ସେ ବ୍ୟାପକତାକୁ

ଛୁଇଁବାରେ ସମର୍ଥ ଯେ ସେ ଶବ୍ଦ

ସମୂହର ଅର୍ଥକୁ ବ୍ୟାଖ୍ୟା କରିବାର

ଦୁଃସାହସ ତୁମେ କରି ପାରୁଛ..?

ପରିବ୍ୟାପ୍ତ ପୃଥିବୀରେ ତ ଅସଂଖ୍ୟ

ନିହାରିକା ପୁଞ୍ଜ,ଅଣୁ ପରମାଣୁ,ପ୍ରୋଟନ,

ନିଉଟ୍ରନ ପରି ସୂକ୍ଷ୍ମ କଣିକାରେ ପରିପୂର୍ଣ୍ଣ,

ତାକୁ ପରି ପ୍ରକାଶ କରିବାର ପ୍ରଚେଷ୍ଟା,

ତୁମେ ଏ ଯାଏ ବଳବତ୍ତର ରଖି ପାରିଛ..?

ହଁ,କେଉଁ ହୃଦୟରୁ ଆରମ୍ଭ ହୋଇଥିବା

ସେ ନିବିଡ଼ ସମ୍ପର୍କକୁ ବୁଝିବାକୁ କେବଳ

ଭାଷା ନୁହେଁ,ବରଂ, ଭାଷା ରୂପୀ କିଛି

ପରିଭାଷାର ଆବଶ୍ୟକତା ନିଶ୍ଚୟ 

ଶ୍ରେୟସ୍କର,ଖାଲି ଭାବ ନୁହେଁ ଭାବର

ବୋଧ,ଶବ୍ଦ ନୁହେଁ,ଶବ୍ଦର ଅର୍ଥ ଯଥେଷ୍ଟ,

କାରଣ,ଶବ୍ଦର ଅର୍ଥ ବିନା, ସବୁ ବ୍ୟର୍ଥ,

ଅର୍ଥ ବିନା ଶବ୍ଦ,ସବୁ ଯେ ଅନର୍ଥ..!

@ଇନ୍ଦ୍ରଧନୁର ରଂଗ..🌷


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance