STORYMIRROR

Puspanjali Panda

Inspirational

4  

Puspanjali Panda

Inspirational

ଅନନ୍ତା ନାମ ର ପିଲାଟିଏ

ଅନନ୍ତା ନାମ ର ପିଲାଟିଏ

1 min
354

ଅନନ୍ତା ନାମର ପିଲାଟିଏ

ଗାଁ ଲୋକଙ୍କ ର ପ୍ରିୟ ସିଏ

ଚାଟଶାଳୀ ପାଠ ପଢିଛି ହେଲେ ତା 

ଗୁଣ ସଭିଙ୍କର ମୁହେଁ ଥାଏ।।

ବଢିପାଣି ଅବା ମରୁଡି ରେ

ଗାଁ ହାହାକାର ଯେବେ କରେ

ଅନନ୍ତା ଆରମ୍ଭେ ଉଦ୍ଧାରିବାକାମ

ନିଜ ଘର ସାରା ପାଣି ଖେଳେ।।

ରାଧୁ ଅଜା ଘରୁ ଛୁଆପିଲା

ବାହାର କରିବା କି ଝାମେଲା

ଅନନ୍ତାପିଠିରେଲଦି ନେଇଆସେ

ସାହସୀ ଥିବାରୁ ସବୁ ହେଲା।।

ଗାଈଗୋଠ ଭାସି ଗଲାବେଳେ

ଅନନ୍ତା ନଈ ପହଁରି ଧରେ

କାଳିଆ କସରା ବଳଦ ଜୀବନ

ରଖି ବିପଦକୁ ଠେଲିପାରେ ।।

କରୋନା କାଳରେ ଛୁଇଁ ବାକୁ

ରୋଗୀ ସହ ରୋଗି ହୋଇବାକୁ

ଡ଼ରୁଥିଲା ବିଶ୍ୱ ଥରୁଥିଲା ଦେଶ

ଅନନ୍ତା ଡ଼ରିନି ଛୁଇଁ ବାକୁ।।

ସାନିଟାଇଜର ମାସ୍କରେ

ରୋଗୀ ସେବା କରେ ସ୍କୁଲ୍ ରେ

ସେବାରେ ସଦାସେ ଆଗଭର ହୋଇ

ନା ରଖିଲା ସେ ଘରେ ଘରେ।।

ସରପଞ୍ଚ ହେଲେ କଲେକ୍ଟର

ଅନନ୍ତା ସେବାରେ ତତପର

ସଭିଙ୍କର ସୁନା ଅନନ୍ତା ଭାଈ କୁ

ଖୁସୀ କଲେ ଦେଇ ପୁରସ୍କାର।।

ପାଠ କମ୍ ପଢି ଥିଲା ବୋଲି

ମନ ଉଣା କରିବସିଥିଲା

ପଣ୍ଡିତେ ଡାକିଲେ ନାମ ଲେଖିଦେଲେ

ଅନନ୍ତା ଏବେ ସ୍କୁଲ୍ ର ପିଲା।।

ପାଠ ପଢିବାରେ ନାହିଁ ହେଳା

ସଭିଙ୍କର ଏବେ ହେଲା ଗେହ୍ଲା

ବଡ଼ ହୋଇ ଏକ ଡାକ୍ତର ହୋଇବି

ଅନନ୍ତା ର ଲକ୍ଷ୍ୟ ଆରମ୍ଭିଲା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational