STORYMIRROR

Minakshi Samal

Abstract

2  

Minakshi Samal

Abstract

ଅନ୍ନ ଦାନ

ଅନ୍ନ ଦାନ

1 min
367

ବଣଭୋଜି ଅବା ପିକ୍ ନିକ୍ କୁହ 

ସମାନ ଏ ଦୁଇ କଥା ଅଟେ

କରିବାକୁ ଭୋଜି ଡିସେମ୍ବର ମାସେ 

ଅଗଣ୍ୟ ଲୋକଙ୍କ ସୁଅ ଛୁଟେ


ଟାଟା ସୁମୋ ଅବା ମ୍ୟାଜିକ ଗାଡିରେ

ଛୋଟ ଦଳଟିଏ ବାହାରନ୍ତି

ବସ ଠିକ ହୁଏ ଅଧିକ ଲୋକରେ

ଖାଦ୍ୟ ଦ୍ରବ୍ୟ ସବୁ ଲଦିଦ୍ୟନ୍ତି


ଭଳିକି ଭଳିକି ସୁସ୍ବାଦୁ ଖାଇବା 

ତାଲିକା ପ୍ରସ୍ତୁତ ହୋଇଥାଏ

ପାଉଁରୁଟି,ସିଝାଅଣ୍ଡା,ସ୍ୟାଣ୍ଡଓ୍ବିଚ

କେକ୍,ଫ୍ରୁଟି ଆଦି ସଜାହୁଏ


କେତେ ଖେଳ ଆଉ କଉତୁକ ପୁଣି

ତମ୍ବୋଲା ମ୍ୟୁଜିକାଲ ଚେୟାର

ଡିଜେ ବଜାଇକି ଗୀତ ତାଳେ ନାଚ

କରିବାକୁ ସମସ୍ତେ ତତ୍ପର


ରୋଷେଇଆ ପାଖେ ବରାଦ କରନ୍ତି

ଛାଣିବାକୁ ଗରମ ପକୋଡା 

ତାସାଙ୍ଗକୁ ଚା,କଫି ଅବା ସୁପ୍ 

ପରଶେ କଥା ମାନି ବାପୁଡା


ଭଳିକି ଭଳି ଖାଦ୍ୟଦ୍ରବ୍ୟର ବାସ

ଚତୁର୍ଦ୍ଦିଗ ମହକାଇ ଦିଏ

ଭୋକିଲା ପେଟର ଗଭୀର କୋଣରେ

ଆଶାର କିରଣ ଉଇଁଥାଏ


ପଲଉ,ମାଁଉସ ତରକାରୀ ପୁଣି

ଖିରୀ,ଖଟା ,ମାଛର କାଲିଆ

ସାଲାଡ,ପାପଡ ସାଙ୍ଗକୁ ରହିଛି

ଗୁଡ ରସଗୋଲା ଓ ତାଡିଆ


ଦୁଃଖୀ,ରଙ୍କି ମାନଙ୍କୁ ଭୋଜି ମହକ

ଟାଣିଆଣେ ସେହି ଭୋଜି ସ୍ଥଳେ

ଜଗି ବସିଥାନ୍ତି ଭୋଜିର ଶେଷକୁ

ଦୁଇମୁଠା ମିଳିଯିବ କାଳେ


ଥାଳିଥାଳି ଅନ୍ନ ,ବ୍ୟଞ୍ଜନରେ ଭରା

ଆହାର ପରଶା ଯିବାଅନ୍ତେ

ଆରମ୍ଭ ହୁଅଇ ଖାଇବାର ପର୍ବ

କ୍ଷୁଧାର୍ତ୍ତ ଜନଙ୍କ ଅଜାଣତେ


କୁଢ କୁଢ ଖାଦ୍ୟ ଅଜାଡି ଦିଅନ୍ତି

ଉଦରସ୍ଥ ନପାରିଲେ କରି

ଭୋକିଲା ମାନେ ସେ ଉଛିଷ୍ଟ ଖାଦ୍ୟକୁ 

ଖୁଣ୍ଟି ଯେ ଖାନ୍ତି ନକରି ଡେରି


ଆମ ଦ୍ବାରା ନଷ୍ଟ ହେଉଥିବା ଦ୍ରବ୍ୟ

ଯଦି କାହାର କାମରେ ଆସେ

ଖାଦ୍ୟ କଣିକା ନଷ୍ଟ ନକରି ଆମେ

ବାଣ୍ଟିଦେବା ଦୁଃଖୀଙ୍କୁ ହରଷେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract