ଅନଲାଇନ ଶିକ୍ଷା
ଅନଲାଇନ ଶିକ୍ଷା


ମହାମାରୀ ଆସି ଗ୍ରାସିଲା ବିଶ୍ୱକୁ
ବଦଳିଲା ଅର୍ଥନୀତି
ବଦଳିଲା ପୁଣି ଶିକ୍ଷା ଦୀକ୍ଷା କ୍ଷେତ୍ର
ବଦଳିଲା ଅନୁଭୂତି ।
ପାଠ ପଢିବାକୁ ସ୍କୁଲଯିବା ମନା
ଘରେହେବ ପାଠ ପଢା
ଅନଲାଇନ ମାଧ୍ୟମରେ ହୋଇଲା
ଦେଶର ଭବିଷ୍ୟ ଗଢ଼ା ।
ପଢ଼ାପାଇଁ ଲୋଡ଼ା ମୋବାଇଲ ଟିଏ
ଗରିବ ପାଇବ କାହୁଁ
ସୁନା ରୁପା ବିକି ପୁଅଝିଅ ପାଇଁ
କିଣିଲେ ବଜାରୁ ତହୁଁ ।
ଅନଲାଇନ କ୍ଲାସ କରିବେ ପିଲାଏ
ସେପାଇଁ ଲୋଡ଼ାଯେ ଫୋନ
ସବୁସ୍ଥାନେ ନେଟ ଉପଲବ୍ଧ ନୁହେଁ
ବଦଳିଲା ଷ୍ଟଡି ଜୋନ ।
ପାହାଡ଼ ଉପରେ ଗଛ କୋରଡରେ
ଚାଲିଲା ଶିକ୍ଷା ଗ୍ରହଣ
ଇଣ୍ଟରନେଟ ସୁବିଧା ନପାଇ କେ'
ପଢିପାରିଲେନି ପୁଣ ।
ମନଦେଇ କେତେ ପଢିଗଲେ ପାଠ
ଠକୁଆ ବସିଲା ଠକି
ପାଠ ବଦଳରେ ଗ୍ୟାମ
ରେ ମାତିଲା
ପଢାରେ ଲଗେଇ ଛକି ।
ଶିକ୍ଷକ ପାଖରେ ନଥିଲେ ଟି ଛୁଆ
କରନ୍ତି ଶ୍ରେଣୀରେ ନାଟ
ଅନଲାଇନ ଶିକ୍ଷା ସହଜ ହୋଇଲା
ଠାକୁଆଙ୍କ ବେଷ୍ଟ ବାଟ ।
ମେଧାବୀ ପିଲାଙ୍କ ବୁଝିବାରେ ଭାରି
ହେଉଅଛି ଅସୁବିଧା
ନେଟ ପାଇଁ କେବେ ସାଉଣ୍ଡ ଶୁଭେନି
ପାଠଯେ ବୁଝନ୍ତି ଅଧା ।
ଅନଲାଇନ ଶିକ୍ଷା ଯେତିକି ସହଜ
ତାଆଠୁ ଅଧିକା କଷ୍ଟ
ଶିକ୍ଷକଙ୍କୁ ଭାରି ପ୍ରେସର ପଡଇ
ମୋବାଇଲି କେଞ୍ଚା ପାଠ ।
ସୀମିତ ସମୟ ପ୍ରଶ୍ନଯେ ଅନେକ
କଷ୍ଟ ହୁଏ ବୁଝିବାରେ
ଟ୍ୟୁସନ ପଢ଼ାର ଫିଇଜ ବାନ୍ଧିବା
କଷ୍ଟ ସାଧ୍ୟ ଅଟେ ଘରେ ।
ଯେତିକି ପଢ଼ିକି ବୁଝି ହୁଏ ପାଠ
ସମୁଦ୍ରକୁ ଶଙ୍ଖେ ପରି
ଶିକ୍ଷକ ବିନା ଯେ ପଢିବା ଉପାୟ
ବୁଝିବାରେ ହିଁ ଡେରି ।।