STORYMIRROR

Rajakishore Mundi

Children

3  

Rajakishore Mundi

Children

ଅନଲାଇନ ଶିକ୍ଷା

ଅନଲାଇନ ଶିକ୍ଷା

1 min
34

ଚୀନ୍ ଆଣିଲା କି     କରୋନା ଭୂତାଣୁ

     ସାରା ବିଶ୍ବ ଚମକିଲା

କରୋନା ଭୟରେ     ଲକଡାଉନ୍ ରେ

    ସ୍କୁଲରେ ପଡ଼ିଲା ତାଲା !!୧!!

କରୋନା ରାଇଜେ      ପିଲାଏ ପଢନ୍ତି

     ହାତେ ସ୍ମାର୍ଟ୍ ଫୋନ ଧରି

କ୍ଲାସ୍ ରୁମ୍ ଛାଡ଼ି      ଡିଜିଟାଲ ସାଥେ

    ପଢ଼ିବେ ଅଭ୍ୟାସ କରି !!୨!!

ସର୍ବ ଜନ ଶିକ୍ଷା       ଚୂଲିକି ଗଲାଣି

     ବିଦ୍ୟାଳୟ ସାଜେ ମଠ

ଯେଉଁ ପିଲାଙ୍କର     ସ୍ମାର୍ଟ୍ ଫୋନ ନାହିଁ

    କେମିତି ପଢ଼ିବେ ପାଠ !!୩!!

ସ୍ମାର୍ଟ୍ ଫୋନ ଆଜି    ସବୁ ଘରେ ନାହିଁ

    ସବୁ ସ୍ଥାନେ ନାହି ନେଟ୍

କିଛି ପିଲା ଏଠି      ଖୁସିରେ ପଢ଼ିବେ

    ଯାହା ଘରେ ଅଛି ନୋଟ୍ !!୪!!

ଦରିଦ୍ର ପିଲାର       ଭୁଲ କଣ ଅଛି

    କାହିକି ପାଠ ପଢ଼ିନି

ସରକାର ଏଠି       ନୀରବ ସାଜିଛି

    ସ୍ମାର୍ଟ୍ ଫୋନ ଟି ଦେଉନି!!୫!!

କ୍ଲାସ୍ ରୁମ୍ ପାଠ     କେତେ ମଜାଦାର

    ଫୋନ୍ ରେ କଣ ମିଳୁଛି

ପରସ୍ପର ମିଳି       ସାଙ୍ଗ ସାଥୀ ସଙ୍ଗେ

    ମଜା କଣ ସେ ପାଉଛି !!୬!!

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children