Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

GAGAN KUMAR Dash

Inspirational

4.5  

GAGAN KUMAR Dash

Inspirational

ଅନଲାଇନ ଶିକ୍ଷା

ଅନଲାଇନ ଶିକ୍ଷା

2 mins
402



ଆଜ୍ଞା କହିଲେ ପୁଅକୁ ତୁମର 

ମୋବାଇଲରେ ପଢା ହୋଇବ,

କଂସା ବନ୍ଧା କରି ମୋବାଇଲ କିଣ

ପୁଅ ତୁମ ପାଠ ପଢ଼ିବ ।


ଭାରିଜା କହିଲା ମୋବାଇଲ କିଣ

ହୋଇବ ପାଠରେ ଆଗୁଆ,

ଆଜି ଆମେ ଯିବା ବଜାରୁ ଗୋଟିଏ

ବଡ଼ ମୋବାଇଲ କିଣିବା ।


ପଡିଶା ଘରର ବଡ଼ବାବୁ ପୁଅ 

ମୋବାଇଲରେ ସେ ପଢୁଛି,

ବିଜାର ହେଉନି ଦିନରାତି ସିଏ

ମୋବାଇଲ ଧରି ବସୁଛି।


ମା'ର କଥାକୁ ଗେଲା ପୁଅ ମୋର

ପାଖେ ବସି ଶୁଣୁଥିଲା,

ଆଖି ମଳି ମଳି ରଡ଼ି ଛାଡ଼ି ସିଏ

ମୋବାଇଲ କିଣ କହିଲା ।


ପୁଅ କି ଭାରିଜା ଜାଣି ପାରିଲେନି

କେତେ ମୋର ରୋଜଗାର,

ଝାଳ ବୁହାଇ ମୁଁ ଦିନରାତି ଖଟି

ପେଟକୁ ନ ଅଣ୍ଟେ ମୋର ।


ସରକାରଙ୍କର ଯୋଜନା ପ୍ରକାରେ

ପାଠ ପଢା ସ୍ଥିର ହୋଇଛି,

ଅନଲାଇନରେ ପିଲାଏ ପଢ଼ିବେ

ମୋବାଇଲଟିଏ ମୁଁ କିଣିଛି ।


ଅନଲାଇନରେ ପିଲା ମୋ ପଢ଼ିବ

ପାଠରେ ଆଗୁଆ ହୋଇବ,

ଭବିଷ୍ୟତରେ ସେ ଅଫିସର ହୋଇ

ଟଙ୍କାର ଗଦିରେ ଶୋଇବ ।


ଲକ୍ ଡାଉନରେ କାମଧନ୍ଦା ନାହିଁ

ଘରେ ହାତ ଯୋଡ଼ି ରହିଛି,

କରୋନା ବିପଦେ ପଙ୍ଗପାଳ ଦଳ

ଜୀବନ ନେବାକୁ ବସିଛି ।


ପଢିନି ବୋଲି ମୁଁ ପାଠ ଦି ଅକ୍ଷର

ଦିନରାତି ମୂଳ ଖଟୁଛି,

ପାଠ ପଢି ପୁଅ ସାହିବ ହୋଇବ

ମୋବାଇଲ ଟିଏ ମୁଁ କିଣିଛି ।


ମୋବାଇଲ ପାଠ ପଢୁଛି ମୋ ପୁଅ

ଭଳି ଭଳି ଗୀତ ଶୁଣୁଛି,

କେତେବେଳେ କଣ ବୋବାଳି ଛାଡୁଛି

ମନେ ମନେ କେତେ ହସୁଛି ।


ଦିନରାତି ଖାଲି ମୋବାଇଲ ଧରି

ରାତିରେ ବି ଆଉ ଶୋଉନି,

ବାପା ମା କୋଳ ପାଶୋରି ଦେଲାଣି

ବେଳରେ ବି ଆଉ ଖାଉନି ।


ହ୍ଵାଟସପ୍ ସାଙ୍ଗେ ଫେସବୁକରେ

ଦିନରାତି ଖାଲି ମାତିଛି,

ଟିକଟାକ୍ କରି ପୁଅ ମୋର ଏବେ

ଭଳି ଭଳି ନାଟ କରୁଛି ।


ପଚାରିଲି ବାପ ଏକି ପଢା ତୋର

ପୁଅ କହେ ପଢା ଚାଲିଛି,

ବିଜାର କରନି ପାଠ ଥରେ ଗଲେ

ସମୟ ମୋ ନଷ୍ଟ ହେଉଛି ।


କେତେବେଳେ ହସେ କେତେବେଳେ ନାଚେ

ମୋବାଇଲ ଆଉ ସେ ଛାଡୁନି,

ବୋଲ ହାକ ଆଉ କରୁନାହଁ ସିଏ

ବାପା ମାଆ କଥାକୁ ମାନୁନି ।


ଅଲଗା ଅଲଗା ଲାଗୁଛି ତା ପଢା

ମନକୁ ମୋହର ପାଉନି,

କରୋନା ଠାରୁ ତ ଭୟଙ୍କର ସ୍ଥିତି

ଦେହ ତ ମୋହର ହେଲାଣି ।


ଇସୁକୁଲୁ ଘରେ ଯେତେ ପଢାଇଲେ

ପଢୁ ନ ଥିଲା ମୋ ପିଲା,

ମୋବାଇଲ ଧରି ପାଠ ପଢି ସିଏ

ପଣ୍ଡିତ ହେବ କି ଭଲା ।


ବାର ବାର ଘୋଷି ପାଠ ଭୁଲୁ ଥିଲା

ବୁଝୁ ନ ଥିଲା ସେ କିଛି,

ଅନଲାଇନରେ ଦିନରାତି ସିଏ

କେମିତି ବସି ପଢୁଛି ।


ସରକାରୀ ଯୋଜନା ଯୋଜନାରେ ରହେ

ସବୁ ତ ଫସର ଫଟା,

ଏ ସବୁ ଯୋଜନା ବଡ଼ବଡ଼ିଆଙ୍କ

ଗରିବ ତ ହଟହଟା ।


ଏସି ଘରେ ବସି ଯୋଜନା କରିଲେ

ଚଲିବନି ଚାଳ ଘର,

ଗୁରୁ ଗୁରୁଜନ ଅଯଥା ଖର୍ଚ୍ଚ ରେ 

ହନ୍ତସନ୍ତ ହେବା ସାର ।


ଶିକ୍ଷକ ଜାତିଟା ସବୁଠାରେ ଶସ୍ତା

ସମସ୍ତଙ୍କର ସେ ଶାଳୀ,

ପିଲା ଜନ୍ମଠାରୁ ଶ୍ମଶାନ ପର୍ଯ୍ୟନ୍ତ

ସବୁଠାରେ ପଡେ ବଳି।



Rate this content
Log in

More oriya poem from GAGAN KUMAR Dash

Similar oriya poem from Inspirational