STORYMIRROR

Birakishore Nayak

Inspirational

4  

Birakishore Nayak

Inspirational

ଅନଲାଇନ ଆସର

ଅନଲାଇନ ଆସର

1 min
589


ବିଜ୍ଞାନ ଦେଇଛି ସୁଯୋଗ ଅପାର

କିଏ କାହା ଠାରୁ ନୁହେଁ ଆଉ ଦୂର |


ଦାମୀ ସ୍ମାର୍ଟ ଫୋନ ଲୋଡ଼ା ହୁଏ ଏକ

ବ୍ୟବହାରେ କିଛି ନାହିଁତ ବାଧକ |


ଇଣ୍ଟରନେଟର ସଂଯୋଗ ବଳରେ

ସବୁ କଥା ସିଏ ପହଞ୍ଚାଇପାରେ |


ବ୍ୟବହାର ତାର ଅଟେ ବହୁବିଧ

ପାଠ ପଢ଼ା ଠାରୁ ସିନେମା ପର୍ଯ୍ୟନ୍ତ |


କରୋନା କାଳରେ ଏକମାତ୍ର ସାହା

ହୋଇ ଦେଇଥିଲା ସମସ୍ତଙ୍କୁ ରାହା |


କବିମାନେ କରି କବିତା ଆସର

ଆବୃତ୍ତି କରନ୍ତି ନିଜର ସମ୍ଭାର |


ଦୂରେ ଥିଲେ ଯେବେ ଆତ୍ମୀୟ ସ୍ୱଜନ

ଭିଡିଓ କଲିଙ୍ଗ ତୋଷୁଥିଲା ମନ |


ଅନଲାଇନରେ ପାଠପଢା ଚାଲେ

ସମୟକୁ ନେଇ ଛାତ୍ର ଛାତ୍ରୀ ବଳେ |


ଡାକ୍ତରୀ ଚିକିତ୍ସା କରୁଅଛି ନିତି

ଔଷଧର ଚିଠା ସେଥିରେ ଆସୁଛି |


କରୋନା ରୋଗକୁ ଭୟ କରି ଜନେ

ବାହାରେ ନଯାଇ ରହିଲେ ଗୋପନେ |


ପ୍ରେମ ବାର୍ତ୍ତାଳାପ ପାଇଁ ଯେ ଆସର

ଦେଇଛି ସୁଯୋଗ ଅନେକ ପ୍ରାଣର |


ନାହିଁ ଦେଖା ଚାହାଁ ବାସ୍ତବ କ୍ଷେତ୍ରରେ

ପ୍ରେମେ ପରିଣତ ଦୁଇ ସମ୍ପର୍କରେ |


କାହା ଭାଗ୍ୟେ ଲାଭ କାହା ଭାଗ୍ୟେ କ୍ଷତି

ବୁଝେନାହିଁ କେବେ ସ୍ମାର୍ଟଫୋନ କିଛି |


ବିବାହ ସମ୍ପର୍ଣ୍ଣ ହୁଏ ଆସରରେ

ବନ୍ଧୁ ପରିଜନେ ଦେଖନ୍ତି ଅଧୀରେ |


ଆଶୀଷ, ଶୁଭେଚ୍ଛା ସବୁ ଦିଆନିଆ

ଭାବ ବନ୍ଧନରେ ବାନ୍ଧିଦିଏ ତାହା |


ଗୁଗୁଲ ମିଟ ବା ଜୁମ ଜରିଆରେ

ସବୁ କାମ ହୋଇଥାଏ ସୁରୁଖୁରେ |


ଦେଶ ବିଦେଶରେ ରହି ଏ ମଣିଷ

ନିତି ପାଏ ଦେଖା ନଥାଇ ପରଶ |


ଆବଶ୍ୟକ ସ୍ଥଳେ ଜରୁରୀ ବେଳରେ

ଦେଶ ଅନ୍ୟ ଦେଶେ ବାର୍ତ୍ତାଳାପ କରେ |


ପୃଥିବୀ ସ୍ତରରେ ସମସ୍ୟା ସକଳ

ଆଲୋଚନା ବଳେ କରିଛି ସଫଳ |


ଇଣ୍ଟରନେଟର ସଦ୍ୟ ସୁଲଭତା

ଆସରରେ ଜାଳେ ପ୍ରୀତିର ସଳିତା |


ଦେଲାପରେ ମଧ୍ୟ ଏତେ ସବୁ ସୁଖ

ଭରୁଛି ବିଶ୍ୱରେ ଅନାହୁତ ଦୁଃଖ |


ସନ୍ତ୍ରାସବାଦ ଯେ କରି ଉପଯୋଗ

ଆକ୍ରମଣ ପାଇଁ ପାଉଛି ସୁଯୋଗ |


ଚୋରି ଡକାୟତି ନିର୍ବିଘ୍ନେ ଚାଲୁଚି

ସାଇବର ଅପରାଧ ଯେ ବଢ଼ୁଛି |


ଅନଲାଇନର ଆବିଷ୍କାର ଫଳେ

ଲାଭ ଅବା କ୍ଷତି ଉଭୟ ତ ମିଳେ |



Rate this content
Log in

Similar oriya poem from Inspirational