STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଅଙ୍କା ଵଙ୍କା ନଈ

ଅଙ୍କା ଵଙ୍କା ନଈ

1 min
9


ପର୍ବତର ପାଦ ଦେଶରୁ ଉତ୍ପତ୍ତି

ବନ୍ଧୁର ଶିଳାର ଆବେଗକୁ

ନିଜ ବୁକୁରେ ଚାପି ଧରି

ଉନ୍ମାଦନରେ ଉତ୍ଫୁଲିତ

ହୋଇ ଅମାପ ଅଜସ୍ର

ବାଲିଗରଡା ଉପଳ ଖଣ୍ଡକୁ

ଆବୋରି ବୋହି ଯାଉ

ନିଜ ମନର ଅବ୍ଯକ୍ତ ଭାଷାକୁ

ଝର ଝର ନାଦରେ

 ଦେଉଛୁ ବଖାଣି

ଅଙ୍କା ବଙ୍କା ସ୍ରୋତ ରେ

 ଯାଉଛୁ ଆଗକୁ ମାଡି

କି ସୁନ୍ଦର ଧାର ତୋର

ଶତ ସୁଷମାକୁ

 ଯାଉଛି ବଳି

ବୋହୁ ବୋହୁ ଭେଟୁଛୁ

 କେତେ ସଙ୍ଗିନୀ

ଢେଉ ସହ ଢେଉ ମିଳି

‌ସଭିଙ୍କୁ ଧରି

ଆତିଥ୍ଯ ସ୍ବୀକାରି

 ଝର ଝର ନାଦରେ

ଯାଉଛୁ ଆଗକୁ ମାଡି

ଦେଖୁଛୁ କେତେ ବନାନୀ

ପ୍ରସ୍ଫୁଟିତ ପୁଷ୍ପର ସମ୍ଭାର ଘେନି

ତୋତେ ଦେଖି ଗାଆନ୍ତି

ସ୍ବାଗତ ଗୀତି

ଦେଖୁ କେତେ ଅଟ୍ଟାଳିକା

କେତେ ମନ୍ଦିର ମାଳିନୀ

ମନରେ ପରିଭାଷାର ଲକ୍ଷ୍ୟ

ସାଗରେ ମିଶବା ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational