STORYMIRROR

Sunanda Mohanty

Classics Inspirational Others

3  

Sunanda Mohanty

Classics Inspirational Others

ଅନେକରେ ଏକ

ଅନେକରେ ଏକ

1 min
254


ଏଇ ମୋ ଦେଶ 

ବିଲ ପାହାଡ଼ ବଣ 

ନାହିଁ ଅବିଗୁଣ ସବୁଠି ଫଗୁଣ 

କରିବାକୁ ହେବ ସବୁ ସକାରଣ 


ଖୋଜିବାକୁ ହେବ ପ୍ରଥମ କାରଣ 

କାହିଁକି ଭରିଛି ଏତେ ଉଦଗୀରଣ 

ଦେଇ ପ୍ରୀତି ମୈତ୍ରୀ ପ୍ରେମ ରାଣ 

ସୃଷ୍ଟି କରିବାକୁ ସଦା ଜାଗରଣ 


ମୋ ଦେଶର କୀର୍ତ୍ତିରାଜି 

ଗୌରବ ନହେଉ ଅକାରଣ 

ସମୃଦ୍ଧି ଫେରେଇଆଣ 

ପଥ ଦେଖାଇଛନ୍ତି ପୂର୍ବସୁରୀ ମାନୁଷୀଗଣ 

ରଖିଯିବା ଟେକ ଦେଇ ପରାଣ 


ଏକରେ ଅନେକ 

ଅନେକରେ ଏକତ୍ରୀକରଣ 

ଜାତୀୟ ପତାକା କରେ ସମ୍ଭାଷଣ 

ଶାନ୍ତି ସଂହତି ଜାତୀୟତା ଗୁଣ 

ଉଜ୍ଜିବିତ ହେଉ ପାଇ ସୂର୍ଯ୍ୟକିରଣ 


ଜାତି ଏଠି ଅଟେ ନବଜାଗରଣ 

ଧର୍ମ ଏଠି ଅଟେ ମାନବିକ ଗୁଣ 

ବର୍ଣ୍ଣ ଏଠି ଅଟେ ଖାଲି ସଂସ୍କରଣ 

ଗୋତ୍ର ଅଟେ ଆମ ନିଷ୍କାମ ପ୍ରାଣାୟାମ l


Rate this content
Log in

Similar oriya poem from Classics