ଅନ୍ଧକାର
ଅନ୍ଧକାର
ଆଜି ବହୁତ କଷ୍ଟ ହଉଛି l
ଅନ୍ଧକାର, ଅନ୍ଧକାର ଚାରିଆଡେ ଦିଶୁଛି
ଆଜି ବହୁତ ପୀଡା ଏ ବୁକୁରେ l
ଆଜି ପୁଣି ମୁଁ ସେ ଅନ୍ଧକାରକୁ ଖୋଜୁଛି l
ଆଜି ଆଇନା ପୁଣି ମୋ ମୁଖ ଉପରେ ହସୁଛି l
ଆଜି ପୁଣି ମୋ ଗର୍ଭକୁ କିଏ ଲାତ ଟିଏ ମାରିଛି l
ଆଜି ପୁଣି ଏ ମିଛ ମରୀଚିକା ପଛରେ ଗୋଟେ ମାଆ ଧାଇଁଛି l
ବିରlଙ୍ଗନା ହୋଇ ହାରି ଯାଇଛି l
ଆଜି ପୁଣି ଗୋଟେ ମା ତା ପଣତ କାନି ଧରି,
ଛାତିରେ ଛାତିଏ କୋହ ନେଇ, ଆଖିରେ ଆଖିଏ ଲୁହ ନେଇ
କାନ୍ଦୁଛି. ମୋ ଗର୍ଭକୁ ନ୍ୟାୟ ଦିଅ l
ଆଉ ମୁଁ ଏ ମାଟିର ଝିଅ ଲଜ୍ଜ୍ୟାରେ
ଆମ ନ୍ୟାୟ ବ୍ୟବସ୍ଥାରେ ମୁଣ୍ଡ ନୁଆଁଇଛି.
ସତେ ଅବା କିଏ ମୋ ଛାତିରୁ ଓଢଣୀଟି ଟାଣି ନେଇଛି l
