STORYMIRROR

Anil Kumar Parhi

Inspirational

4  

Anil Kumar Parhi

Inspirational

ଅନାବନା କବିତା - ୮

ଅନାବନା କବିତା - ୮

1 min
26.6K



ମୁଁ ଅଭିମାନରେ ଚାଲିଆସିଲି

ବୃନ୍ଦାବନ ବାହାରେ

ମୁଁ ନାରୀ ନଥିଲି।

ଯମୁନାରେ ଗାଧୋଇଲାବେଳେ

ଯମୁନା ସାରା ନୀଳ ପାଣି।


ମୋ ଦେହର ନୀଳ ପାଣିରେ

ଗୋଟିଏ ଭୁଷଣ୍ଡ କାକ

ବନିଗଲା ଚତୁର୍ଧା ମୂରତି

ଆକାଶ ଗୋଟେ

ପାଣିରୁ ଉଠିପଡି

ଆକାଶରେ ଛାଇଲା ଯେମିତି।


ମୁଁ ଦେଖିଥିବା ଭ୍ରମ

ସତ୍ୟ ଥିଲା ସତରେ

ପ୍ରତି ଗୋପୀର ଆଲିଙ୍ଗନରେ

ଜଣେଜଣେ କୃଷ୍ଣ ଥିଲା।

ଓଃ ଏ ପୁରୁଷ ବେଶ

ଭାରି ଦୁର୍ବିସହ

ମୋତେ ବରଂ କର ତୁମେ

ଚନ୍ଦ୍ରସେଣା ପରି ଜଣେ

ବିକଳ୍ପ ପ୍ରତ୍ୟୟ।


ନିଅ

ମୋତେ ଏପାରିରୁ

ଫେରେଇ ନିଅ।।



ଅନୀଲ କୁମାର ପାଢୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational