STORYMIRROR

Anil Kumar Parhi

Inspirational

3  

Anil Kumar Parhi

Inspirational

ଅନାବନା କବିତା - 11

ଅନାବନା କବିତା - 11

1 min
13.7K



ବଡ ଅଜବ ବେଉସା ମୋର

ଲାଭର ନାଁ ନାହିଁ

ମୁଁ ସାଉକାର।

ଈଶ୍ବର ମତେ

କିଛି ପ୍ରସନ୍ନତାର ପୁଞ୍ଜି ଧରେଇଦେଲେ

କହିଲେ ଯା

ଇଏ ସମ୍ବଳ ତୋର।

ମୁଁ ମନ୍ଦିର ଫୁଲ ଦୋକାନ

ପାଖରେ ବସିଲି

ପ୍ରସନ୍ନତା ମେଲେଇ

ଶୁଣିଥିଲି ସବୁ ଦୁଃଖୀଲୋକ ଏଠେଇ

ପ୍ରସନ୍ନତା ପାଇଁ ଫୁଲ ଓ ନଡିଆ କିଣିଲେ

ପ୍ରସନ୍ନତା କିଣିଲେନାହିଁ।


ମଧୁଶାଳାରେ ଗଜରା

ଅତର,

ପ୍ରସନ୍ନତା ବେକାର।

ମୁଁ ଶେଷରେ ପ୍ରସନ୍ନତା ବିକି

କିଣିବାକୁ ଚାହିଁଲି ବିବଶତା

ରତିଏ ବିବଶତା ଏତେ ମୂଲ୍ୟବାନ

ସମୁଦାୟ ପୁଞ୍ଜି ଦେୟରେ

ମୁଁ ଚିରୁଡାଏ ଆଣିପାରିଲିନି।

ଫେରିଲି ଈଶ୍ବରଙ୍କ ପାଖକୁ

ଈଶ୍ବର ତାଙ୍କ ସୃଷ୍ଟିରେ ମଗ୍ନଥିଲେ

ଗୋଟେ ପାତ୍ରରେ ଶୁଦ୍ଧ ଲୁହ

ଶୁଦ୍ଧ କୋହ ଫେଣ୍ଟି

ବାରବାର ହାରିଯାଉଥିଲେ।।



ଅନୀଲ କୁମାର ପାଢୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational