STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Children

2  

ଓଡ଼ିଆ ଗଳ୍ପ ଓ କବିତା - ୨

Children

ଅନାବନା ଗୀତ

ଅନାବନା ଗୀତ

1 min
13.2K



ଆଦର୍ଶ ମହାପାତ୍ର

ପାରାଟି ରାବେ ଘୁଟୁର୍‌...ଘୁଁ

ହାତୀଟି ଚାଲେ ଦମ୍‌ ,

ବାହାଘର ବେଳେ ଢୋଲ ବାଜଇ

ଢମ୍‌...ଢମ୍‌...ଢମ୍‌... ।୧

କିଚିରି ମିଚିରି ବାଇ ଚଢେଇ

କୋଇଲି ରାବଇ କୁ... ,

ଦ୍ୱିତୀୟ ପୁରୁଷ ଏକବଚନ ତ

ଅଟଇ ତୁମେ ଓ ତୁ ।୨

ବାଘ ହେଣ୍ଟାଳ ଛାଡ଼ଇ ବନେ

ବେଲ୍‌ ବାଜଇ ଟ୍ରିନ୍‌... ,

ବାବା ଆଣିଛନ୍ତି ଘରକୁ ଆଜି

ତଟାକ ଜହ୍ନି ଓ ବିନ୍‌ । ୩

ସାପଟି ହୁଏ ସସ୍‌...ସସ୍‌...

କୁକୁର କାନ୍ଦଇ କୁଁ... ,

ଦିପାବଳୀ ଦିନ ସମସ୍ତେ କହନ୍ତି

ବାଣ ଫୁଟାଇବି ମୁଁ ।୪

ହର୍ଣ୍ଣ ବାଜଇ ପିଁ...ପିଁ...

ପିଲାଏ ଚିଲ୍ଲାନ୍ତି ହୋ... ,

ଦଶଟା ରାତି ହୋଇଲେ ସଭିଁଏ

କହନ୍ତି ଯାଇକି ଶୋ’ ।୫


Rate this content
Log in

Similar oriya poem from Children