STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଅମୃତମୟ ଉତ୍କଳ (୧୧)

ଅମୃତମୟ ଉତ୍କଳ (୧୧)

1 min
199


ସମ୍ବଲପୁରର ସମଲେଶ୍ଵରୀ ମାଆ ଅନ୍ୟଏକ ଶକ୍ତି ପୀଠ

ଯାହା ଦରଶନେ କ୍ଷଣେ ପାପୁ ପାପୀ ହୋଇଯାଇଥାଏ ମୁକ୍ତ

ଏ ପବିତ୍ର ଧାମ ଉତ୍କଳର ଅନ୍ୟ ଗରିମାମୟ ଅମୃତ

ଝରଣ ଝରଇ ଧରଣୀ ବୁକୁରେ ଭକ୍ତ ହୁଏ ପୁଲକିତ ।।


ହୀରାକୁଦ ଜଳଭଣ୍ଡାର ସୁନ୍ଦର ଅପୂର୍ବ ଶୋଭାଶାଳିନୀ

ବିଜୁଳି ଶକ୍ତିର ଉତ୍ପତ୍ତି କରଇ ସୁଧା ମହାନଦୀ ପାଣି ।।


ସମ୍ବଲପୁରର ବସନ ପ୍ରସିଦ୍ଧି ସତେ ଚିତ୍ତବିନୋଦିନୀ

ଅଦ୍ୱିତୀୟ ହସ୍ତତନ୍ତ ଶିଳ୍ପ କଳା ରଚେ ଉତ୍କଳ ବିନ୍ଧାଣି 

ସମ୍ବଲପୁରର ରଙ୍ଗବତୀ ଗୀତ ସାରା ଜଗତରେ ଖ୍ୟାତ

ଅପୂର୍ବ ଶୈଳୀରେ ମନ କିଣିନିଏ ଗୀତ ଉତ୍କଳ ଅମୃତ ।।


ଉଭା ହୋଇଛନ୍ତି ହରିଶଙ୍କର ଯେ ସଙ୍ଗେ ନରସିଂହ ନାଥ

ସ୍ନାନ ପ୍ରସାଧାନ ପାଇଁ ଝରେ ଏଠି ସହସ୍ରଧାର ପ୍ରପାତ ।।


ଇବ୍ ନଦୀକୂଳେ ପର୍ବତ ଗୁହାରେ ବିଜୟ ମାଆ ରାମଚଣ୍ଡୀ

ବୁଢ଼ାରଜା ପରବତ ଅବସ୍ଥିତ ଦିଶଇ ସୁନ୍ଦର ଅତି

ଉତ୍କଳର ଏହି ସୌନ୍ଦର୍ଯ୍ୟ ବିଭାରେ ଝରେ ପୀୟୂଷର ରସ

ଅନେକ କୀରତି ପୁଷ୍ପେ ବିଶୋଭିତ ଏଇ ମୋ ଉତ୍କଳ ଦେଶ ।। (କ୍ରମଶଃ)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational