STORYMIRROR

CHINMAYEE PRADHAN

Tragedy Inspirational

3  

CHINMAYEE PRADHAN

Tragedy Inspirational

ଅମୃତ ସନ୍ଧାନେ

ଅମୃତ ସନ୍ଧାନେ

1 min
129

ଦିଗହରା ନଦୀଟିଏ 

ଖୋଜୁଛି ସେ ପଥଟିଏ, 

ଲୀନ ହେବାପାଇଁ

ସେହି ପାରାବାରେ ଥରୁଟିଏ।


ସଂସାରସାଗରେ ସିଏ

ନୂଆ ନୂଆ ନାଉରିଟେ

ପାରି କରିବାକୁ ନାଆ

ଖୋଜୁଛି ସେ ଗୁରୁ ଗୋଟେ ।


ବିରହି ଚକୋର ସିଏ

ଚକୋରିର ସନ୍ଧାନରେ, 

ଖୋଜୁଥାଏ ମନେମନେ 

ଖୋଜି ଖୋଜି ଦିନ ସରେ। 



ଦୂର ଆକାଶରେ ଜହ୍ନ 

ଦରିଆରେ ଅଛି କଇଁ, 

ପ୍ରେମ ତାଙ୍କ ଚିରନ୍ତନ 

ସ୍ପର୍ଶ କେବେ ହେଇନାଇଁ। 



ଜୀବନଟା ଖରାଛାଇ

ସୁଖଦୁଃଖ ସାଥୀ ହୋଇ, 

ଚାଲୁଥାନ୍ତି ବାଟ ସିଏ 

ହାତ ଧରାଧରି ହୋଇ। 



ଆଶା ନିରାଶାର ଏଈ

ଫେଣ୍ଟାଫେଣ୍ଟି ଜୀବନେ, 

ପଥିକଟେ ସାଜିଛି ଏ 

ନବଅମୃତ ସନ୍ଧାନେ। 



ବିଷମୟ ପୃଥିବୀରେ 

ଜାଣି ସବୁ ମିଛ ମନେ, 

ସନ୍ଧାନୀ ମୁଁ ବାହାରିଛି 

ସତ ଅମୃତ ସନ୍ଧାନେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy